୫୦ ସିଏଚ୍‌ସିରେ ମିଳିବ ସ୍ଥାୟୀ ଚକ୍ଷୁ ଚିକିତ୍ସା ସୁବିଧା

ଭୁବନେଶ୍ୱର, ୧୭।୧୦ (ବ୍ୟୁରୋ): ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ ଲାଗି ଚଳିତ ଆର୍ଥିକ ବର୍ଷରେ ନିଆଯିବ ନୂତନ ପଦକ୍ଷେପ। ପୂର୍ବରୁ ୧୦ ଜିଲାରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର କାର୍ଯ୍ୟକାରୀ ହୋଇଥିବାବେଳେ ଏବେ ଆଉ ୧୦ ଜିଲାରେ ଏହାକୁ ପ୍ରଚଳନ କରାଯିବ। ଏହାସହ ୨୦୧୯-୨୦ ବର୍ଷରେ ଆଉ ୫୦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ମଧ୍ୟ ସ୍ଥାୟୀ ଚକ୍ଷୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏନେଇ ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନୁଷ୍ଠିତ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ ‘ସୁନେତ୍ର’ ଯୋଜନାର ସମୀକ୍ଷା ବୈଠକରୁ ସୂଚନା ମିଳିଛି। ବୈଠକରେ ବିଭାଗୀୟ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଅଧ୍ୟକ୍ଷତା କରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ବିଦ୍ୟାଳୟ ପିଲାମାନଙ୍କ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମରେ ଚଳିତବର୍ଷ ୮,୧୪,୪୮୩ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୨୫,୩୬୦ ଜଣ ପିଲାଙ୍କ ଦୃଷ୍ଟିଶକ୍ତି ସମସ୍ୟା ଥିବା ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ୮୯୨୯ ଜଣଙ୍କୁ ମାଗଣାରେ ଚଷମା ଯୋଗାଇ ଦିଆଯାଇଛି। ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ନିକଟସ୍ଥ ଚକ୍ଷୁ ଚିକିତ୍ସା କେନ୍ଦ୍ରଗୁଡ଼ିକ ସହ ଯୋଗାଯୋଗ କରିବାକୁ ସଚିବ ପରାମର୍ଶ ଦେଇଛନ୍ତି। ଫଳରେ ସେମାନେ ଆଉ ଦୂରଦୂରାନ୍ତକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେବେ ନାହିଁ।
ସମୀକ୍ଷାରୁ ଜଣାପଡ଼ିଛି ଯେ, ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ୭୧୨ ଜଣ ଚକ୍ଷୁଦାନ କରିଥିବାବେଳେ ୫୧୪ ଜଣଙ୍କ ଚକ୍ଷୁ ପ୍ରତିରୋପଣ ହୋଇଛି। ସେହିପରି ମୋଟ ୪୯,୩୨୮ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି। ସେଥି ମଧ୍ୟରୁ ମେଡିକାଲ କଲେଜରେ ୨୭୯୭, ଜିଲା ଏବଂ ଉପଖଣ୍ଡ ଚିକିତ୍ସାଳୟଗୁଡ଼ିକରେ ୫୮୯୯, ଘରୋଇ ଡାକ୍ତରଖାନାଗୁଡ଼ିକରେ ୬୯୩୫ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ଦ୍ୱାରା ବିଭିନ୍ନ କ୍ୟାମ୍ପ୍‌ ଲଗାଯାଇ ୩୩,୯୬୫ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଛି। ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରିବାକୁ ବୈଠକରେ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କଠାରେ ପରିଲକ୍ଷିତ ହେଉଥିବା ଅନ୍ଧାରକଣା ଜନିତ ଚକ୍ଷୁ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ ଓ ଅନ୍ୟ ସ୍ବାସ୍ଥ୍ୟାନୁଷ୍ଠାନଗୁଡିକରେ ଚକ୍ଷୁ ପରୀକ୍ଷା କରାଯିବାର ବ୍ୟବସ୍ଥା ହେବ। ଏହାସହ ସେମାନଙ୍କୁ ଆବଶ୍ୟକ ପଡୁଥିବା ଚଷମା ଆଦି ମଧ୍ୟ ସରକାର ଯୋଗାଇଦେବେ। ସମୀକ୍ଷା ଅବସରରେ ସୁନେତ୍ର ଯୋଜନାକୁ ତ୍ୱରାନ୍ବିତ କରି ରାଜ୍ୟରେ ଅନ୍ଧତ୍ୱ ଦୂରୀକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସଚିବ ପରାମର୍ଶ ଦେଇଛନ୍ତି। ବୈଠକରେ କ୍ଷମତାପନ୍ନ କମିଟି ଅଧ୍ୟକ୍ଷ ଡା. ଟି. ପି. ଦାଶ, ସୁନେତ୍ର ସିଇଓ ୟାମିନୀ ଷଡ଼ଙ୍ଗୀ, ଅତିରିକ୍ତ ସଚିବ ସୁଶାନ୍ତ ମହାପାତ୍ର, ଯୁଗ୍ମ ସଚିବ ସ୍ମିତା ବିଶ୍ୱାଳ ଓ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ଅଜିତ୍‌ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri