Categories: ଫୁରସତ

୫୦ ବର୍ଷ ମଧ୍ୟରେ ପୁଣି ଦେଖିବାକୁ ମିଳିଲା ଇନ୍ଦ୍ରଧନୁ ସାପ, ଫଟୋ ଭାଇରାଲ

ଓ୍ବାଶିଂଟନ୍‌: ବେଳେବେଳେ କିଛି ଖରାପ ଜିନିଷ ମଧ୍ୟରେ ଖୁବ୍‌ ସୁନ୍ଦର ଝଲକ ଦେଖିବାକୁ ମିଳେ। ସେ ବୃକ୍ଷଲତା ହୁଅନ୍ତୁ କିମ୍ବା ଜୀବଜନ୍ତୁ। ଏମିତି ଏକ ସୁନ୍ଦର ଜୀବ ହେଉଛି ରେନ୍‌ବୋ ସାପ। ଇନ୍ଦ୍ରଧନୁ ପରି ସାତ ରଙ୍ଗ ଏହି ସାପ ଦେହରେ ଦେଖିବାକୁ ମିଳେ। ଏହି ପ୍ରଜାତିର ସାପ ବେଶ୍‌ ଆକର୍ଷଣୀୟ ଦେଖାଯା’ନ୍ତି। ୫୦ ବର୍ଷ ମଧ୍ୟରେ ଆମେରିକାର ଫ୍ଲୋରିଡା ଜଙ୍ଗଲରେ ଏପରି ସାପ ଦେଖିବାକୁ ମିଳେ। ଏହି ସାପର ଫଟୋ ଓକେଲା ନ୍ୟାଶନାଲ ଫରେଷ୍ଟ ଫେସବୁକ୍‌ ଆକାଉଣ୍ଟରେ ଶେୟାର ହୋଇଛି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହି ରଙ୍ଗୀନ ସାପର ଲମ୍ବ ୪ ଫୁଟ। ସାପର ବିଶେଷତ୍ୱ ହେଲା ଏହା ବିଷଧର ନୁହେଁ। ତେଣୁ କୌଣସି କ୍ଷତି କରେ ନାହିଁ। ଦୁନିଆରେ ଏହି ପ୍ରଜାତିର ସାପ କ୍ୱଚିତ୍‌ ଦେଖାଯା’ନ୍ତି। ୧୯୬୯ରେ ଫ୍ଲୋରିଡାରେ ଶେଷଥର ପାଇଁ ଏପରି ସାପ ଦେଖାଯାଇଥିଲା। କୁହାଯାଏ, ଏହା ବହୁତ ଲାଜୁଆ ସ୍ବଭାବର। ସାଧାରଣତଃ ପାଣି ଥିବା ସ୍ଥାନରେ ଏହି ସାପ ଦେଖିବାକୁ ମିଳେ। ଏହି ସାପବଂଶ ବିଲୁପ୍ତପ୍ରାୟ। ଫ୍ଲୋରିଡାର ବାୟୋଲୋଜିକାଲ ଡାୟବର୍ସିଟି ସେଣ୍ଟର ପକ୍ଷରୁ ୨୦୧୦ରେ ଏପରି ସାପବଂଶ ବଞ୍ଚାଇ ରଖିବା ପାଇଁ ଦାବି କରାଯାଇଥିଲା। ଫ୍ଲୋରିଡା ସଂଗ୍ରାହାଳୟ ଅନୁଯାୟୀ, ରୋଡମ୍ୟାନ୍‌ ଝରଣାର ଜଳସ୍ତର ପରିବର୍ତ୍ତନ ହେଉଥିବାରୁ ଏହି ସାପ ବାହାରକୁ ଚାଲିଆସିଛି। କହିରଖୁଛୁ, ଆମେରିକା ସରକାର ଏହାକୁ ବିଲୁପ୍ତ ପ୍ରାୟ ବୋଲି ଧରିନେଇଥିଲେ। ଏପରିକି ଏହି ସାପ ଖୋଜି ଆଣିଦେଲେ ୫୦୦ ଡଲାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ। ମାତ୍ର ଏବେ ଦ୍ୱିତୀୟ ଥର ପାଇଁ ଏହି ସାପ ଦେଖି ଫ୍ଲୋରିଡାବାସୀ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି।

Share