୫୦% କୋଭିଡ୍‌ ମୃତକଙ୍କ ବୟସ ୬୦ ଉପରେ

ନୂଆଦିଲ୍ଲୀ,୪ା୬: ଭାରତରେ ବରିଷ୍ଠ ବ୍ୟକ୍ତିଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ହୋଇଥିବାବେଳେ କୋଭିଡ୍‌-୧୯ ମୃତ୍ୟୁରେ ଏମାନଙ୍କ ସଂଖ୍ୟା ୫୦% ଥିବା ସରକାର ସୂଚନା ଦେଇଛନ୍ତି। ୭୩ ପ୍ରତିଶତ କୋଭିଡ୍‌ ମୃତକଙ୍କଠାରେ ଅନ୍ୟାନ୍ୟ ରୋଗ ରହିଥିବା ଜଣାପଡିଛି। ଅନ୍ୟ ଦେଶ ତୁଳନାରେ ଭାରତ କୋଭିଡ୍‌-୧୯ ଚିକିତ୍ସା ପରିଚାଳନାରେ ଏବଂ ମୃତ୍ୟୁହାର କମାଇବାରେ ସଫଳ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି।
ସରକାରୀ ତଥ୍ୟ ଅନୁଯାୟୀ ୬୦ରୁ ୭୪ ବର୍ଷ ବୟସ ବର୍ଗର ଲୋକ ମୋଟ ଜନସଂଖ୍ୟାର ୮ ପ୍ରତିଶତ ହୋଇଥିବାବେଳେ କୋଭିଡ୍‌-୧୯ରେ ସେମାନଙ୍କ ସଂଖ୍ୟା ୩୮ ପ୍ରତିଶତ ରହିଛି। ସେହିପରି ୭୪ ବର୍ଷରୁ ଅଧିକ ବୟସ୍କ ଲୋକ ମୋଟ ଜନସଂଖ୍ୟାର ମାତ୍ର ୨ ପ୍ରତିଶତ ହୋଇଥିବାବେଳେ କୋଭିଡ୍‌ରେ ସେମାନଙ୍କ ମୃତ୍ୟୁ ହାର ୧୨ ପ୍ରତିଶତ ରହିଛି। ସଂକ୍ରମଣରେ ଭାରତ ସପ୍ତମ ସ୍ଥାନରେ ଥିବାବେଳେ ମୃତ୍ୟୁ ହାର ଯଥେଷ୍ଟ କମ୍‌ ରହିଛି। ଭାରତରେ କରୋନାଜନିତ ମୃତ୍ୟୁହାର ୨.୮୨ ପ୍ରତିଶତ, ଯାହା କି ବିଶ୍ୱରେ ସର୍ବନିମ୍ନ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି। ବିଶ୍ୱରେ କୋଭିଡ୍‌ ମୃତ୍ୟୁହାର ୬.୧୩ ପ୍ରତିଶତ ରହିଛି।

Share