୫୦୧୫ ପଡ଼ା ଗ୍ରାମକୁ ମିଳିବ ରାଜସ୍ବ ଗ୍ରାମ ମାନ୍ୟତା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ୫,୦୧୫ଟି ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିବ। ଏହି ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ପାଇଁ ରାଜସ୍ବ ପର୍ଷଦ ୨୦୧୪ ଜୁନ୍‌ ୨୮ ତାରିଖରେ ଏକ ନିୟମାବଳୀ ଜାରି କରିଛନ୍ତି। ଏହି ନିୟମାବଳୀ ଆଧାରରେ ଜିଲାପାଳଙ୍କଠାରୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଗ୍ରହଣ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ବିଧାନସଭା ପ୍ରଶ୍ନକାଳରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଉକ୍ତ ନିୟମାବଳୀ ଅନୁଯାୟୀ ଜିଲାପାଳଙ୍କଠାରୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଆସିଲେ ନିର୍ଦ୍ଧାରିତ ମାନଦଣ୍ଡଗୁଡ଼ିକୁ ଦୃଷ୍ଟିରେ ରଖି ରାଜ୍ୟ ଭୂ-ଅଭିଲେଖ ଓ ପରିମାପକ ନିର୍ଦ୍ଦେଶକ ନୂତନ ରାଜସ୍ବ ଗ୍ରାମ ନିମନ୍ତେ ମଞ୍ଜୁରୀ ଦେଇପାରିବେ। ବର୍ତ୍ତମାନ ସୁଦ୍ଧା ୫୭୯ଟି ପ୍ରସ୍ତାବ ମଞ୍ଜୁର ହୋଇଥିବା ବେଳେ ଆବଶ୍ୟକ ମାନଦଣ୍ଡ ପୂରଣ କରିପାରୁ ନ ଥିବାରୁ ୪୩୪ଟି ପ୍ରସ୍ତାବକୁ ଖାରଜ କରିଦିଆଯାଇଛି। ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବାକୁ ପ୍ରଚଳିତ ନିୟମାବଳୀରେ କେତେକ ସଂଶୋଧନ କରିବା ପାଇଁ ରାଜ୍ୟ ଭୂ-ଅଭିଲେଖ ଏବଂ ପରିମାପକ ନିର୍ଦ୍ଦେଶକ(ଡିଏଲ୍‌ଆର୍‌ଏସ୍‌)ଙ୍କ ନିକଟକୁ ପ୍ରସ୍ତାବ ଆସିଛି। ତାହା ସରକାରଙ୍କ ବିଚାରାଧୀନ ରହିଛି। ବିଧାନସଭାର ସଦସ୍ୟମାନେ ଯଦି କୌଣସି ପ୍ରସ୍ତାବ ଦେବେ ସେଗୁଡ଼ିକୁ ନିୟମ ଆଧାରରେ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ମୂଳ ପ୍ରଶ୍ନକର୍ତ୍ତା ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର ମୂଳ ପ୍ରଶ୍ନରେ ପଚାରିଥିଲେ ଯେ, ରାଜ୍ୟରେ ମୋଟ କେତୋଟି ରାଜସ୍ବ ଗ୍ରାମ ରହିଛି। ସେଥିରୁ ନୂଆ ରାଜସ୍ବ ଗ୍ରାମ ସୃଷ୍ଟି କରିବାକୁ ସରକାର କେଉଁ ପଦକ୍ଷେପ ନେଉଛନ୍ତି। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ୫୧,୭୦୧ଟି ରାଜସ୍ବ ଗ୍ରାମ ରହିଛି। ବିଜେଡି ସଭ୍ୟ ଅନନ୍ତ ଦାଶ, ପ୍ରଫୁଲ୍ଲ ସାମଲ, କିଶୋର ମହାନ୍ତି, ମନୋହର ରନ୍ଧାରୀ, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ପ୍ରମୁଖ ଦୀର୍ଘବର୍ଷ ଧରି ଅନେକ ପଡ଼ାଗ୍ରାମ ଓ ଆଦିବାସୀ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିପାରିନାହିଁ। ଏଥିଯୋଗୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ବିଭିନ୍ନ ଜଳଭଣ୍ଡାର ଯୋଗୁ ବିସ୍ଥାପିତ ହୋଇଥିବା ଗ୍ରାମଗୁଡ଼ିକ ମଧ୍ୟ ଦୀର୍ଘବର୍ଷ ହେବ ରାଜସ୍ବ ଗ୍ରାମର ମାନ୍ୟତା ପାଇପାରିନାହାନ୍ତି। ନିୟମାବଳୀକୁ ସରଳୀକରଣ କରି ଏ ଦିଗରେ ମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବା ଲାଗି ସଦସ୍ୟମାନେ ଦାବି କରିଥିଲେ। ମନ୍ତ୍ରୀ କହିଲେ, ସରକାରଙ୍କ ମାନଦଣ୍ଡ ଅନୁଯାୟୀ ଯୋଗ୍ୟ ବିବେଚିତ ହେଉଥିବା ପଡାଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯିବ। ବିଧାୟକମାନେ ପ୍ରସ୍ତାବ ଦିଅନ୍ତୁ। ସେ ବିଷୟରେ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ। ନବରଙ୍ଗପୁର ଜିଲାରୁ ୧୩୩ଟି ପ୍ରସ୍ତାବ ଆସିଥିଲା। ସେଥିରୁ ୩୮ଟିକୁ ଅନୁମୋଦନ ମିଳିଥିବା ବେଳେ ୯ଟିକୁ ଅଗ୍ରାହ୍ୟ କରିଦିଆଯାଇଛି। ୮୬ଟି ଅନୁମୋଦନ ଅପେକ୍ଷାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri