୫ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ୩ ଗିରଫ

ଜଳେଶ୍ୱର,୨୭।୧((ଡି.ଏନ.ଏ./ସ୍ବ.ପ୍ର)-ଆନ୍ତଃରାଜ୍ୟ ବ୍ରାଉନ୍‌ସୁଗାର କାରବାରର ପେଣ୍ଠସ୍ଥଳି ପାଲଟିଛି ଜଳେଶ୍ୱର। ଏହି ଅଞ୍ଚଳରେ ବିଭିନ୍ନ ସମୟରେ ଏସ୍‌ଟିଏଫ, ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ରବିବାର ଭୋର ସମୟରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ସେକ୍‌ସରାଇ ନିକଟରେ ଚଢ଼ାଉ କରି ମାରୁତି କାର୍‌ (ନଂ.ଓଡ଼ି୦୧ଏସି-୬୧୪୫)ରେ ଥିବା ୩୦ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି କହିଛନ୍ତି।
ଏହି କାରବାରର ମୁଖ୍ୟ ରାଜପୁର ଗାଁର କେଫାଜୁଦ୍ଦିନ ଫେରାର ହୋଇ ଯାଇଥିବା ବେଳେ ଶେଖବାର୍ଡ଼ ଗାଁର ଡ୍ରାଇଭର ସେକ୍‌ ଜମିର (୩୬) ଓ ରାମଚନ୍ଦ୍ର ବେହେରା(୪୦) ଓ ପୁରୀ ଜିଲାର ଡେଲାଙ୍ଗ ଥାନା ଗୋବିନ୍ଦପୁର ଗାଁର ଦୁର୍ଯ୍ୟୋଧନ ନାୟକ (୩୫)ଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।