Categories: ଜାତୀୟ

୫ଲକ୍ଷର ନକଲି ନୋଟ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ,୧୧।୬: ଦିଲ୍ଲୀ ପୋଲିସର ସ୍ପେଶିଆଲ ସେଲ୍‌ ନକଲି ନୋଟକୁ ଜବତ କରିଛି। ବାଂଲାଦେଶରୁ ଦିଲ୍ଲୀକୁ ଆସିଥିବା ୫ଲକ୍ଷ ନକଲି ନୋଟକୁ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଜବତ ହୋଇଥିବା ୫ଲକ୍ଷ ନୋଟରେ ସବୁ ଦୁଇ ହଜାର ଟଙ୍କିଆ ଥିବା ଜଣାପଡ଼ିଛି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଏହି ଅଭିଯୁକ୍ତ ମାଧ୍ୟମରେ ପୋଲିସ ଏହି ର଼୍ୟାକେଟର ପର୍ଦ୍ଦଫାଶ୍‌ କରିବା ପାଇଁ ଚେଷ୍ଟା ଜାରି ରଖିଛି।

Share