୫ବର୍ଷର ଶିଶୁପୁତ୍ରଙ୍କୁ ହତ୍ୟା କଲେ ପିତା

ସୁନ୍ଦରଗଡ଼,୨୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲାର ବନ୍ଧମୁଣ୍ଡା ଥାନା ଆର୍‌ଏସ କଲୋନୀରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବାପା ନିଜ ୫ ବର୍ଷର ପୁଅଙ୍କୁ ଛୁରୀ ଭୁଷି ହତ୍ୟା କରିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାନୁଯାୟୀ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଲାଗି ଉତ୍ତ୍ୟକ୍ତ ପିତା ନିଜ ପୁଅଙ୍କୁ ହତ୍ୟା କରିଥିଲେ। ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share