୫ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବଡ଼ବିଲ, ୧ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅଞ୍ଚଳରେ ଏକ ୫ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରୁଗୁଡି ପୋଲିସ ଏନେଇ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ରୁଗୁଡି ଥାନା ଭୂୟାଁ ରୋଇଡ଼ା ଅଞ୍ଚଳର ସଚିନ ଓରାମ।
ସୋମବାର ଅପରାହ୍ନରେ ଶିଶୁକନ୍ୟା ଟ୍ୟୁଶନ ଯିବାବେଳେ ସଚିନ ତାଙ୍କୁ ନିଜ ଘରକୁ ଡାକିନେଇ ବଳାତ୍କାର କରିଥିଲେ। ଏନେଇ ପରିବାର ପକ୍ଷରୁ ରୁଗୁଡି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ. ୯୭/୨୦୨୨) ରୁଜୁ କରି ପୀଡ଼ିତା ଶିଶୁକନ୍ୟାଙ୍କୁ ସାରେ ଚିକିତ୍ସା ନିମନ୍ତେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରିଛି।