୫ଟି କାର୍ଯ୍ୟକାରିତା, ଅଗ୍ରଗତିର ସମୀକ୍ଷା

ବଲାଙ୍ଗୀର ଅଫିସ, ୨୭।୧୦ – ବଲାଙ୍ଗୀର ଡିଆରଡିଏ ସମ୍ମିଳନୀ କକ୍ଷରେ ୫ଟିର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କିତ ଏକ ଜିଲାସ୍ତରୀୟ ବିଚାର ମନ୍ଥନ ସମୀକ୍ଷା ବୈଠକ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲାପାଳ ପରକ୍ଷୀତ ସେଠୀ, ପିଡି ଡିଆରଡିଏ ଡ. ମହେଶ୍ୱର ସ୍ବାଇଁଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲାରେ ଯେଉଁ ସବୁ ଲୋକାଭିମୁଖୀ ଯୋଜନା ଓ ସେବାଗୁଡିକ ଜନସାଧାରଣଙ୍କ ହିତ ତଥା ପ୍ରଗତି ପାଇଁ କାର୍ଯ୍ୟକାରୀ କରାଯାଉଛି ସେଗୁଡିକୁ ପାରଦର୍ଶିତାର ସହ କାର୍ଯ୍ୟକାରୀ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସମ୍ମିଳିତ ଉଦ୍ୟମ, ସ୍ବଚ୍ଛତା, ସମୟାନୁବର୍ତ୍ତିତା, ପ୍ରଯୁକ୍ତିବିଦ୍ୟା ଓ ପରିବର୍ତ୍ତନ ଆଧାରରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଜିଲାପାଳ ଇ-ଅଭିଯୋଗର ସମାଧାନ ସମ୍ପର୍କରେ ବିଭାଗୱାରୀ ସମୀକ୍ଷା କରିବା ସହ ଏଗୁଡିକୁ ଯଥାଶୀଘ୍ର ସମାଧାନ କରି ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ। ବୈଠକ ପରେ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ମୋ ସରକାର ଯୋଜନା କାର୍ଯ୍ୟକାରୀ ହେଲାପରେ ସ୍ବାସ୍ଥ୍ୟ ସେବା କିପରି ଚାଲିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବା ନିମନ୍ତେ ଜିଲାପାଳଙ୍କ ଦ୍ୱାରା ଗଠିତ ତିନିଟି ଟିମ୍‌ ହସ୍ପିଟାଲ ପରିଦର୍ଶନ କରିଥିଲେ। ବିଭିନ୍ନ ଜିଲାସ୍ତରୀୟ ଅଧିକାରୀଙ୍କୁ ନେଇ ଜିଲାପାଳ ଡାକୁଆଙ୍କ ନେତୃତ୍ୱରେ ପ୍ରଥମ ଟିମ, ଅତିରିକ୍ତ ଜିଲାପାଳ ସେଠୀଙ୍କ ନେତୃତ୍ୱରେ ଦ୍ୱିତୀୟ ଟିମ ଓ ପିଡ ଡିଆରଡିଏ ଡ. ସ୍ବାଇଁଙ୍କ ନେତୃତ୍ୱରେ ତୃତୀୟ ଟିମ ହସ୍ପିଟାଲର ଓପିଡି, ଏମସିଏଚ, ଆଇପିଡିରେ ଯୋଗାଇ ଦିଆଯାଇଥିବା ସ୍ବାସ୍ଥ୍ୟସେବା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହି ଟିମ ଔଷଧ ବିତରଣ କେନ୍ଦ୍ର ନିରାମୟରେ ରୋଗୀଙ୍କ ସହ କଥାବାର୍ତ୍ତା କରି ମାଗଣାରେ ଔଷଧ ଉପଲବ୍ଧ ହେଉଛି କି ନାହିଁ ବୁଝିଥିଲେ । ବର୍ହିଃ ବିଭାଗ ଓ ବିଭିନ୍ନ ୱାର୍ଡକୁ ଯାଇ ଚିକିତ୍ସାଧୀନ ରୋଗୀଙ୍କ ସହ ଆଲୋଚନା କରିଥିଲେ। ଏ ସମ୍ପର୍କରେ ରୋଗୀ ସହଯୋଗୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଚିକିତ୍ସାଳୟର ବିଭିନ୍ନ ୱାର୍ଡ ତଥା ପରିସରର ସଫେଇ କାର୍ଯ୍ୟର ତଦାରଖ କରିବା ସହ ଆନୁସଙ୍ଗିକ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ତଥା ଅନ୍ୟାନ୍ୟ ମାଗଣା ସ୍ବାସ୍ଥ୍ୟ ସେବା ସମ୍ପର୍କରେ ତଦାରଖ କରିଥିଲା ଟିମ୍‌। ଏତତ୍‌ବ୍ୟତୀତ ଏହି ତିନିଟି ଯାକ ଟିମ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଦ୍ୟୁତ, ଜଳ ଯୋଗାଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

ଗାଁରେ ନୋଟ୍‌ଛପା କେନ୍ଦ୍ର

ବଲାଙ୍ଗୀର ଜିଲା ଦେଓଗାଁ ଥାନା ବୁଢ଼ାବାହାଲ ଗାଁରେ ଠାବ ହୋଇଛି ଜାଲ୍‌ନୋଟ ଛପା କେନ୍ଦ୍ର। ୫୦୦ଟଙ୍କିଆ ଜାଲ୍‌ନୋଟ ଛପାଯାଇ ବଜାରକୁ ଛଡ଼ାଯାଉଥିବା ଘଟଣା ଏବେ ଧରାପଡ଼ିଛି।...

ବଲାଙ୍ଗୀର ଭାଜପା ଉତ୍ସାହିତ, ତ୍ରିମୁଖୀ ଲଢ଼େଇ ସମ୍ଭାବନା

ବଲାଙ୍ଗୀର,୨୪ା୩ (ବୀରେନ୍ଦ୍ର କୁମାର ଝାଙ୍କର): ବିଜେଡି-ଭାଜପା ମେଣ୍ଟ କଳ୍ପନାଜଳ୍ପନାର ଅବସାନ ପରେ ବଲାଙ୍ଗୀର ଜିଲାରେ ଭାଜପା କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। କୁହାଯାଉଥିଲା...

ତେଲଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ମୃତ

ଖପ୍ରାଖୋଲ, ୨୧ା୩(ଅଭୟ ତ୍ରିପାଠୀ): ତେଲଙ୍ଗାନା ରାଜ୍ୟ ପଇଦାପଲ୍ଲୀରେ ଏକ ଇଟାଭାଟିରେ ଦାଦନ ଶ୍ରମିକଭାବେ କାମ କରୁଥିବା ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଗାଁର ବୈଶାଖୁ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର

ବଲାଙ୍ଗୀର, ୧୭।୩ (ବୀରେନ୍ଦ୍ର କୁମାର ଝାଙ୍କର)ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହେବା ପରଠାରୁ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ ଲୋକ ସଭା ଏବଂ...

ବିଜେଡିକୁ ପ୍ରାର୍ଥୀ ଚୟନ ଚିନ୍ତା

ଲୋଇସିଂହା, ୧୬ା୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ କସରତ...

ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ

ଲୋଇସିଂହା,୧୪।୩(ସୁଶାନ୍ତ ବାରିକ) ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବଲାଙ୍ଗୀର ଜିଲା ଲୋଇସିଂହାକୁ ଏନଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଲୋଇସିଂହା ବାସୀଙ୍କ ମଧ୍ୟରେ...

ଜେଲ୍‌ରୁ ଫେରାର ହୋଇଗଲେ ଦୁଇ ୨ ବିଚାରାଧୀନ କଏଦୀ

ଟିଟିଲାଗଡ଼,୧୦ା୩(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପକାରାଗାରରୁ ଦୁଇ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ହେବା ଆଲୋଚନାର ବିଷୟ ହୋଇଛି। ଟିଟିଲାଗଡ଼ ଉପଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri