୪.୭ ଲକ୍ଷ କୋଟି ଟଙ୍କାର କୃଷି ଋଣ ଛାଡ

ମୁମ୍ବାଇ,୧୩-୧: ଗତ ଏକ ଦଶନ୍ଧି ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ୪.୭ ଲକ୍ଷ କୋଟି ଟଙ୍କାର କୃଷି ଋଣ ଛାଡ କରିଛନ୍ତି। ଏହା ଶିଳ୍ପ ସ୍ତରର ମୋଟ ଅନାଦାୟ ଋଣ(ଏନ୍‌ପିଏ)ର ପ୍ରାୟ ୮୨% ବୋଲି ଏକ ରିପୋର୍ଟରେ କୁହାଯାଇଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ କୃଷି କ୍ଷେତ୍ର ଋଣର ଏନ୍‌ପିଏ ୧୨.୪% ବଢି ୧.୧ ଲକ୍ଷ କୋଟି ଟଙ୍କା ଛୁଇଁଥିବା ନଜରକୁ ଆସିଛି। ସିଷ୍ଟମରେ ଏବେ ୮.୭୯ ଲକ୍ଷ କୋଟି ଟଙ୍କାର ଏନ୍‌ପିଏ ରହିଛି। ୨୦୧୬-୧୭ ଆର୍ଥତ୍କ ବର୍ଷରେ ୫.୬୬ ଲକ୍ଷ କୋଟି ଟଙ୍କାର ଏନ୍‌ପିଏ ସିଷ୍ଟମରେ ରହିଥିଲା। ଏଥିରେ କୃଷି ଋଣର ଅଂଶ ୮.୬% ବା ୪୮,୮୦୦ କୋଟି ଟଙ୍କା ରହିଥିଲା ବୋଲି ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, ୨୦୧୮-୧୯ରେ ମୋଟ ଏନ୍‌ପିଏ କ୍ଷେତ୍ରରେ କୃଷି ଋଣର ଅଂଶ ୧୨.୪% ବା ୧.୧ ଲକ୍ଷ କୋଟି ଟଙ୍କା ରହିଛି। ମାତ୍ର ଗତ ଦଶନ୍ଧିରେ ମାଫ ହୋଇଥିବା ମୋଟ କୃଷି ଋଣ ୩.୧୪ ଲକ୍ଷ କୋଟି ଟଙ୍କାକୁ ଯୋଡିଲେ ଏହାର ମୋଟ ପରିମାଣ ୪.୨ ଲକ୍ଷ କୋଟି ଟଙ୍କା ହେବ। ଯଦି ମହାରାଷ୍ଟ୍ରର ୪୫ରୁ ୫୧ ହଜାର କୋଟି ଟଙ୍କାର ଋଣ ଏଥିରେ ଯୋଡି ଦିଆଯାଏ ଏହା ୪.୭ ଲକ୍ଷ କୋଟି ଟଙ୍କା ହେବ। ଆର୍ଥତ୍କ ବର୍ଷ ୨୦୧୪-୧୫ରେ ୧୦ ବଡ ରାଜ୍ୟ ୩,୦୦,୨୪୦ କୋଟି ଟଙ୍କାର ଋଣ ଛାଡ କରିଛନ୍ତି। ମନମୋହନ ସିଂଙ୍କ ଶାସନ ସମୟରେ ୨୦୦୭-୦୮ରେ କରାଯାଇଥିବା ଋଣ ଛାଡକୁ ଏହି ଧାରାରେ ଯୋଡି ଦିଆଯାଏ ତେବେ ଏହା ବୃଦ୍ଧି ଘଟି ୪ ଲକ୍ଷ କୋଟି ହୋଇଯିବ। ୨୦୧୭ ପରେ ୨ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କୃଷି ଋଣ ଛାଡ କରାଯାଇଛି।
୨୦୧୪-୧୫ ଆନ୍ଧ୍ର ପ୍ରଦେଶ ୨୪ ହଜାର କୋଟି ଟଙ୍କାର କୃଷି ଋଣ ଛାଡ କରିଛି। ସେହିଭଳି ତେଲେଙ୍ଗାନା ୧୭ ହଜାର କୋଟି ଟଙ୍କାର କୃଷି ଋଣ ଛାଡ ନେଇ ଘୋଷଣା କରିଥିଲା। ୨୦୧୬-୧୭ରେ ତାମିଲନାଡୁ ୫୨୮୦ କୋଟି ଟଙ୍କାର କୃଷି ଋଣ ଛାଡ କରିଛି। ୨୦୧୭-୧୮ରେ ମହାରାଷ୍ଟ୍ର ୩୪,୦୨୦ କୋଟି, ଉତ୍ତର ପ୍ରଦେଶ ୩୬,୩୬୦ କୋଟି, ପଞ୍ଜାବ ୧୦ ହଜାର କୋଟି, କର୍ନାଟକ ୧୮ ହଜାର କୋଟି ଋଣ ଛାଡ କରିଛି। ଏହାବାଦ ୨୦୧୮-୧୯ରେ କର୍ନାଟକ ୪୪ ହଜାର କୋଟି, ରାଜସ୍ଥାନ ୧୮ ହଜାର କୋଟି, ମଧ୍ୟ ପ୍ରଦେଶ ୩୬,୫୦୦ କୋଟି, ଛତିଶଗଡ ୬,୧୦୦ କୋଟି ଏବଂ ମହାରାଷ୍ଟ୍ର ପ୍ରାୟ ୫୧ ହଜାର କୋଟି ଟଙ୍କାର ଋଣ ଛାଡ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri