୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ପାଇଁ ୯% ବିକାଶ ହାର ଲୋଡା

ମୁମ୍ବାଇ,୧୩-୧: ୨୦୨୪-୨୫ ବେଳକୁ ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ହେଲେ ବାର୍ଷିକ ୯% ହାରରେ ଜିଡିପି ଅଭିବୃଦ୍ଧି ଲୋଡା । ଏହା ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ । ମାତ୍ର ଧାର୍ଯ୍ୟ ସମୟରେ ଏହା ହାସଲ କରିବା କଳ୍ପନା ବାହାରେ ବୋଲି ଅର୍ଥନୀତିଜ୍ଞ ଆର୍‌.ନାଗରାଜ ରବିବାର କହିଛନ୍ତି। ମୋଦି ସରକାର ତାଙ୍କ ଦ୍ୱିତୀୟ ପାଳିରେ ଅଗାମି ପାଞ୍ଚ ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ମାତ୍ର ଏହା ପରଠାରୁ ଅର୍ଥ ବ୍ୟବସ୍ଥା ଉପରେ ଅନେକ କଳାବାଦଲ ଛାଇ ରହିଛି। ଯାହା ଏହି ଲକ୍ଷ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ପୂରଣ ହେବ କି ନାହିଁ ସେ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାରତର ଜିଡିପି ବର୍ତ୍ତମାନ ୨.୮ ଟ୍ରିଲିୟନ ଡଲାର ଭିତ୍ତିକ ହୋଇଛି। ବିକାଶ ହାର କମୁଥିବାରୁ ଏହି ସମୟ ମଧ୍ୟରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ହେବା ନେଇ ପ୍ରଶ୍ନ ଉପୁଜୁଥିବା ଇନ୍ଦିରାଗାନ୍ଧି ଇନଷ୍ଟିଚ୍ୟୁଟ ଅଫ୍‌ ଡେଭଲପମେଣ୍ଟ ରିସର୍ଚ୍ଚ(ଆଇଜିଆଇଡିଆର)ର ଅର୍ଥନୀତି ପ୍ରଫେସର ଥିବା ନାଗରାଜ ମତ ରଖିଛନ୍ତି।
ଚଳିତ ଆର୍ଥତ୍କ ବର୍ଷରେ ଦେଶର ବିକାଶ ହାର ୧୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିବ ବୋଲି ସରକାର ଆକଳନ କରିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରରେ ଜିଡିପି ବିକାଶ ହାର ୪.୫% ରହିଛି। ସେହିଭଳି ବାଣିଜ୍ୟ ଧାରା ଶୀଘ୍ର ପରିବର୍ତ୍ତନ ନେଇ କୌଣସି ସମ୍ଭାବନା ଦେଖା ଯାଉ ନ ଥିବା ସେ କହିଛନ୍ତି। ୨୦୧୦ ପରଠାରୁ ଜିଡିପି ଏବଂ ରପ୍ତାନି ଅନୁପାତରେ ହ୍ରାସ ହେଉଛି। ଏଣୁ ବାଣିଜ୍ୟ ଏବଂ ରପ୍ତାନି ଧାରାରେ ଉନ୍ନତି ହେଉନଥିବା ଏଥିରୁ ସ୍ପଷ୍ଟ ହେଉଛି। ଆର୍ଥତ୍କ ମାନ୍ଦାବସ୍ଥା ବିରୋଧରେ ଆର୍ଥତ୍କ ପ୍ୟାକେଜ ଦ୍ୱାରା ଲଢାଯାଇ ପାରିବା ନେଇ ଏକ ପ୍ରଶ୍ନର ଉତ୍ତରରେ ନାଗରାଜ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ସୁଧହାର ଲଗାତାର ହ୍ରାସ ହୋଇଥିଲେ ମଧ୍ୟ ଏହାର ଫାଇଦା ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri