୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ପାଇଁ ୯% ବିକାଶ ହାର ଲୋଡା

ମୁମ୍ବାଇ,୧୩-୧: ୨୦୨୪-୨୫ ବେଳକୁ ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ହେଲେ ବାର୍ଷିକ ୯% ହାରରେ ଜିଡିପି ଅଭିବୃଦ୍ଧି ଲୋଡା । ଏହା ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ । ମାତ୍ର ଧାର୍ଯ୍ୟ ସମୟରେ ଏହା ହାସଲ କରିବା କଳ୍ପନା ବାହାରେ ବୋଲି ଅର୍ଥନୀତିଜ୍ଞ ଆର୍‌.ନାଗରାଜ ରବିବାର କହିଛନ୍ତି। ମୋଦି ସରକାର ତାଙ୍କ ଦ୍ୱିତୀୟ ପାଳିରେ ଅଗାମି ପାଞ୍ଚ ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ମାତ୍ର ଏହା ପରଠାରୁ ଅର୍ଥ ବ୍ୟବସ୍ଥା ଉପରେ ଅନେକ କଳାବାଦଲ ଛାଇ ରହିଛି। ଯାହା ଏହି ଲକ୍ଷ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ପୂରଣ ହେବ କି ନାହିଁ ସେ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାରତର ଜିଡିପି ବର୍ତ୍ତମାନ ୨.୮ ଟ୍ରିଲିୟନ ଡଲାର ଭିତ୍ତିକ ହୋଇଛି। ବିକାଶ ହାର କମୁଥିବାରୁ ଏହି ସମୟ ମଧ୍ୟରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ହେବା ନେଇ ପ୍ରଶ୍ନ ଉପୁଜୁଥିବା ଇନ୍ଦିରାଗାନ୍ଧି ଇନଷ୍ଟିଚ୍ୟୁଟ ଅଫ୍‌ ଡେଭଲପମେଣ୍ଟ ରିସର୍ଚ୍ଚ(ଆଇଜିଆଇଡିଆର)ର ଅର୍ଥନୀତି ପ୍ରଫେସର ଥିବା ନାଗରାଜ ମତ ରଖିଛନ୍ତି।
ଚଳିତ ଆର୍ଥତ୍କ ବର୍ଷରେ ଦେଶର ବିକାଶ ହାର ୧୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିବ ବୋଲି ସରକାର ଆକଳନ କରିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରରେ ଜିଡିପି ବିକାଶ ହାର ୪.୫% ରହିଛି। ସେହିଭଳି ବାଣିଜ୍ୟ ଧାରା ଶୀଘ୍ର ପରିବର୍ତ୍ତନ ନେଇ କୌଣସି ସମ୍ଭାବନା ଦେଖା ଯାଉ ନ ଥିବା ସେ କହିଛନ୍ତି। ୨୦୧୦ ପରଠାରୁ ଜିଡିପି ଏବଂ ରପ୍ତାନି ଅନୁପାତରେ ହ୍ରାସ ହେଉଛି। ଏଣୁ ବାଣିଜ୍ୟ ଏବଂ ରପ୍ତାନି ଧାରାରେ ଉନ୍ନତି ହେଉନଥିବା ଏଥିରୁ ସ୍ପଷ୍ଟ ହେଉଛି। ଆର୍ଥତ୍କ ମାନ୍ଦାବସ୍ଥା ବିରୋଧରେ ଆର୍ଥତ୍କ ପ୍ୟାକେଜ ଦ୍ୱାରା ଲଢାଯାଇ ପାରିବା ନେଇ ଏକ ପ୍ରଶ୍ନର ଉତ୍ତରରେ ନାଗରାଜ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ସୁଧହାର ଲଗାତାର ହ୍ରାସ ହୋଇଥିଲେ ମଧ୍ୟ ଏହାର ଫାଇଦା ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri