୪ ସନ୍ତାନ ଜନ୍ମ ଦେଲେ ମହିଳା

ସୁବର୍ଣ୍ଣପୁର,୮।୧୦(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ଝିଙ୍କି ଗାଁର ଜଣେ ମହିଳା ମଙ୍ଗଳବାର ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ତେବେ ନବଜାତ ୪ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୂର୍ଣ୍ଣବିକଶିତ ହୋଇ ନ ଥିବାରୁ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଅସୁସ୍ଥ ଅଛନ୍ତି।
ସୂଚନାଯୋଗ୍ୟ, ମହିଳାଜଣକ ଘରେ ୨ ଶିଶୁଙ୍କୁ ଜନ୍ମ ଦେବାପରେ ପୁନର୍ବାର ଯନ୍ତ୍ରଣା ହେବାରୁ ତାଙ୍କୁ ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୁଣି ସେ ୨ ଶିଶୁଙ୍କୁ ଜନ୍ମ ଦେଇଥିଲେ।