Categories: ଜାତୀୟ

୪ ସନ୍ତାନର ମା’ଙ୍କୁ ବିବାହ କରିବାକୁ ଚାହୁଁଥିଲେ ଯୁବକ: ରାଜି ନ ହେବାରୁ ଝିଅକୁ ଉଠାଇନେଲେ

ନୂଆଦିଲ୍ଲୀ,୫।୬: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ୪ ସନ୍ତାନର ମା’ଙ୍କୁ ବିବାହ କରିବାକୁ ଚାହୁଁଥିବା ଜଣେ ଯୁବକର ଅଜବ କାରନାମା ଦେଖିବାକୁ ମିଳିଛି। ଉକ୍ତ ମହିଳାଜଣଙ୍କ ରାଜି ନ ହେବାରୁ ତାଙ୍କ ୯ବର୍ଷର ଝିଅକୁ ଉଠାଇନେଇଛନ୍ତି ଯୁବକ। ସୂଚନାଯୋଗ୍ୟ, ଉକ୍ତ ମହିଳା ଜଣଙ୍କ କମଲେଶ ନାମକ ଜଣେ ଦିନମଜୁରିଆଙ୍କୁ ଘର କାମ ପାଇଁ ଡାକିଥିଲେ। କମଲେଶଙ୍କ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏଥିରେ ସେ ରାଜି ହୋଇ ନ ଥିଲେ। ଫଳରେ ଜୁନ ୨ଦିନ ଖରାବେଳେ ମହିଳା ସାନ ଝିଅ ବଜାରକୁ ଅଣ୍ଡା ଆଣିବାକୁ ଯାଇଥିବାବେଳେ କମଳେଶ ତାଙ୍କୁ ଅପହରଣ କରିନେଇଥିଲେ। ଏନେଇ ମହିଳାଜଣଙ୍କ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ୧୨ଘଣ୍ଟା କାଳ ଖୋଜାଖୋଜି ପରେ କୁନି ଝିଅଟିର ସନ୍ଧାନ ମିଳିଥିଲା। ଶେଷରେ ଅଭିଯୁକ୍ତ କମଲେଶଙ୍କୁ ପୋଲିସ ଗିରଫ କରିଛି।

Share