୪ ଶିଶୁ ଶ୍ରମିକ ଉଦ୍ଧାର

ସୁକିନ୍ଦା,୬।୮(ଡି.ଏନ୍‌.ଏ.) – ଦୀର୍ଘଦିନ ଧରି ଇଟାଭାଟିଠାରୁ ଆରମ୍ଭ କରି ମୋଟରସାଇକେଲ ଗ୍ୟାରେଜ ଏବଂ ଢାବାରେ ଶିଶୁ ଶ୍ରମିକଭାବେ ଏକ ରକମ ବନ୍ଧକ ରହିଥିବା ୪ ଶିଶୁ ଶ୍ରମିକଙ୍କୁ ସୋମବାର ସୁକିନ୍ଦା ପୋଲିସ ଉଦ୍ଧାର କରିଛି। ଉଦ୍ଧାର ଶିଶୁ ଶ୍ରମିକଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରାନନ୍ଦ ସେଠୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ସୋମବାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉବେଳେ ସୁକିନ୍ଦା ବ୍ଲକ ହରିପୁର ମହାବିଦ୍ୟାଳୟ ପାର୍ଶ୍ୱରେ ଥିବା ଇଟାଭାଟରେ କାଳିଆପାଣି ଅଞ୍ଚଳର ଜଣେ ଏବଂ ଢେଙ୍କାନାଳ ଜିଲାର ୨ଜଣଙ୍କୁ ଉଦ୍ଧାର କରିଥିଲେ। ସେହିପରି ସୁକିନ୍ଦା ଥାନା ଅନ୍ତର୍ଗତ ଏକ ମଟରସାଇକେଲ ଗ୍ୟାରେଜରୁ ଜଣଙ୍କୁ ଉଦ୍ଧାର କରାଯାଇଥିଲା।