୪ ବର୍ଷ ହେଲା ଗଠନ ହୋଇପାରୁନି ଆତ୍ମା କମିଟି: ଖର୍ଚ୍ଚ ହୋଇପାରୁନି ଅନୁଦାନ

ନାଉଗାଁ,୨୧ା୮(ସ୍ବ.ପ୍ର.): କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ସରକାର ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ଚାଷୀମାନେ ଏସବୁ ଯୋଜନାର ସୁଫଳ ପାଇପାରୁ ନ ଥିବା ଦେଖିବାକୁ ମିଳୁଛି। ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ଓ ସହାୟତା ଦେବା ପାଇଁ ନାଉଗାଁ ବ୍ଲକର ଦାଣ୍ଡୁଆଠାରେ ଖୋଲାଯାଇଛି କୃଷି କାଯର୍‌ୟାଳୟ। କିନ୍ତୁ ଏହି କାର୍ଯ୍ୟାଳୟ ଯେଭଳି କାର୍ଯ୍ୟକ୍ଷମ ହେବା କଥା ସେଭଳି ହେଉନାହିଁ। ଏହି ବ୍ଲକରେ ୨୦୧୫ରୁ ଆତ୍ମା କମିଟି ଗଠନ ହୋଇନାହିଁ। ଦୀର୍ଘ ୪ ବର୍ଷ ହେଲା କମିଟି ଗଠନ ହୋଇ ନ ଥିବାରୁ ଚାଷୀଙ୍କ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଅନୁଦାନ ଖର୍ଚ୍ଚ ହୋଇପାରୁନି। ସରକାରଙ୍କ ନିୟମ ଅନୁଯାୟୀ, କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ ଓ ମତ୍ସ୍ୟ ବିଭାଗର ଚାଷୀଙ୍କୁ ଚୟନ କରାଯାଇ ଆତ୍ମା କମିଟି ଗଠନ କରାଯିବ। ଉକ୍ତ କମିଟିରେ ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଅଧ୍ୟକ୍ଷ ରହିବେ। ଅଧ୍ୟକ୍ଷ ଓ ବ୍ଲକ କୃଷି ବିଭାଗ ଅଧିକାରୀଙ୍କ ନାମରେ ଏକ ଯୁଗ୍ମ ଜମାଖାତା ଖୋଲାଯିବ। ଏଥିରେ ଚାଷୀମାନଙ୍କ ପାଇଁ କୃଷି ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଅନୁଦାନ ଆସିବ। ଉକ୍ତ ଅନୁଦାନ ଆମତ୍ା କମିଟି ମାଧ୍ୟମରେ ଚାଷୀଙ୍କ ପାଇଁ ଖର୍ଚ୍ଚ କରାଯିବ। କିନ୍ତୁ ନାଉଗଁା ବ୍ଲକରେ ଆମତ୍ା କମିଟି ନ ଥିବାରୁ ଚାଷୀ ଏହି ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି। ୧୬ ପଞ୍ଚାୟତର ଚାଷୀ ଉକ୍ତ କାର୍ଯ୍ୟାଳୟ ଉପରେ ନିର୍ଭର କରନ୍ତି। ଏପରି କି ୨୫ କିମି ଦୂରରୁ ଏଠାକୁ ଚାଷୀମାନେ ବିଭିନ୍ନ କାର୍ଯ୍ୟରେ ଆସନ୍ତି। କିନ୍ତୁ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି। ଆତ୍ମା କମିଟି ଗଠନ କରିବା ପାଇଁ ପୂର୍ବରୁ ନବ ନିର୍ମାଣ କୃଷକ ସଙ୍ଗଠନ ଓ ବିଭିନ୍ନ ପଞ୍ଚାୟତର ଚାଷୀଙ୍କ ପକ୍ଷରୁ ବୁହବାର ଦାବି ହୋଇଥିଲେ ମଧ୍ୟ ଅଦ୍ୟାବଧି କମିଟି ଗଠନ ହୋଇପାରିନି। ଗତ ପଞ୍ଚାୟତ ସମିତି ବୈଠକରେ ଆତ୍ମା କମିଟି ଗଠନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ବିଧାୟକ ପ୍ରଶାନ୍ତ ମୁଦୁଲି ବ୍ଲକ କୃଷି ଅଧିକାରୀ ନିର୍ମାଲ୍ୟ ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମତ୍ା କମିଟି ଗଠନ କରାଗଲେ ଚାଷୀମାନେ ବିଭିନ୍ନ ସୁବିଧା ପାଇ ପାରିବେ ବୋଲି ଅନେକ ଚାଷୀ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ନାୟକ କହିଛନ୍ତି ଯେ, ଗତ ପଞ୍ଚାୟତ ସମିତି ବୈଠକରେ ଏ ବିଷୟରେ ଆଲୋଚନା ହୋଇଥିଲା। ୫ ଅଗଷ୍ଟରେ ଏ ବିଷୟରେ ଜିଲା କୃଷି କାଯର୍‌ୟାଳୟକୁ ଚିଠି କରାଯାଇଛି। ଖୁବଶୀଘ୍ର କମିଟି ଗଠନ କରାଯିବ।