Categories: ଫୁରସତ

୪ ବର୍ଷରେ ୮୫ ପଣକିଆ କଣ୍ଠସ୍ଥ

ଦୁର୍ଗ,୭।୩: ବୟସ ମାତ୍ର ୪ ବର୍ଷ ୩ ମାସ। ତେବେ ତାଙ୍କର ପ୍ରତିଭା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ଛତିଶଗଡ଼ର ଦୁର୍ଗ ଅଞ୍ଚଳର ସିଦ୍ଧାନ୍ତ ଭୁତଡ଼ା। ସେ ସ୍ଥାନୀୟ ଗଞ୍ଜପାରା ଅଞ୍ଚଳର ଶକ୍ତି ଛକରେ ବାସ କରନ୍ତି।  ୮୫ ପର୍ଯ୍ୟନ୍ତ ପଣକିଆ କଣ୍ଠସ୍ଥ କରି ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଏବଂ ଏସିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଏବେ ସେ ନର୍ସରୀରେ ପାଠ ପଢୁଛନ୍ତି। ତାଙ୍କର ଏଭଳି ପ୍ରତିଭା ସ୍କଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚକିତ କରିଥିବା ମାତାପିତା କୁହନ୍ତି। ପିଲାବେଳୁ ସିଦ୍ଧାନ୍ତ ପଣକିଆ କଣ୍ଠସ୍ଥ କରିବା ଆରମ୍ଭ କରିଥିଲେ। ଧିରେଧିରେ ଏହା ୮୦ ପଣକିଆ ଟପିଥିଲା। ତାଙ୍କର ପଣକିଆ ଉଚ୍ଚାରଣ ଶୈଳୀ ଶୁଣୁଥିବା ଲୋକଙ୍କୁ ମଧ୍ୟ ଭଲ ଲାଗିଥାଏ ବୋଲି ମାତାପିତା କୁହନ୍ତି।

Share