୪ ବଖରା ଜଳିଗଲା

ଖଇରା, ୩୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବର୍ତ୍ତନା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୨ପରିବାରର ୪ ବଖରା ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ପରିବାରଙ୍କ ମଧ୍ୟରେ ଆନନ୍ଦ ପୁହାଣ ଓ ବିନୋଦ ପୁହାଣଙ୍କର ୨ବଖରା ଲେଖାଏଁ ବାସଗୃହ ରହିଛି। ନଷ୍ଟ ହୋଇଥିବା ସମ୍ପତ୍ତିର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି ା ଖଇରା ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ା