୪ ବଖରା ଜଳିଗଲା

ହାଟଡିହୀ, ୧୭।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅରା ଗ୍ରାମରେ ଅଗ୍ନିକାଣ୍ଡ ଘଟି ବେଣୁଧର ପଣ୍ଡାଙ୍କ ୪ବଖରା ଜଳିଯାଇଛି। ଅଗ୍ନିକାଣ୍ଡ କେମିତି ଘଟିଲା ତାହାର କାରଣ ଜଣାପଡ଼ିନି। ହାଟଡିହୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘରର ସମସ୍ତ ଆସବାବପତ୍ର, ଧାନ, ଚାଉଳ ପୋଡ଼ିଯାଇଛି। ଚାଷ କାମ ଲାଗି ରଖିଥିବା ୧୫ହଜାର ଟଙ୍କା ମଧ୍ୟ ଜଳିଯାଇଛି। ଏଥିରେ ବେଣୁଧର ଭାଙ୍ଗିପଡ଼ିଛନ୍ତି। ଚାରିଆଡେ କରୋନା ପାଇଁ ତାଲା ବନ୍ଦ ଥିବାବେଳେ ତାଙ୍କ ଘର ପୋଡ଼ିଯିବାରୁ ସେ ବ୍ୟସ୍ତ ହୋଇପଡ଼ିଛନ୍ତି। ବେଣୁଧର ଜଣେ ଗରିବ ଲୋକ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗେଇଦେବାକୁ ସାମାଜିକକର୍ମୀ କାମପାଳ ନାୟକ, ଜୟଦେବ ଚକ୍ର, ବିରେନ ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି।