୪ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ସୁନ୍ଦରଗଡ଼,୧୮।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡାରେ ଗତ ୧୭ ତାରିଖରେ ଜଣେ ସ୍କ୍ରାପ୍‌ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ଦାଦାବଟି ଦାବିକରି ପରେ ୩୨ ହଜାର ଟଙ୍କା ଲୁଟି ନେିଥିଲେ। ଏହି ଘଟଣାରେ ପୋଲିସ ସୋମବାର ୪ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ ଲାଲ୍‌ବାବୁ ମହାନନ୍ଦିଆ, ପ୍ରମୋଦ ମିଞ୍ଜ, ବୁଦୁରୁ ଖଣ୍ଡିଆ ଓ ରାଜମୋହନ କିସାନ। ସେମାନଙ୍କଠାରୁ ଏକ ପିସ୍ତଲ, ୨ ରାଉଣ୍ଡ ଗୁଳି ଓ ଟଙ୍କା ଜବତ ହୋଇଛି। ଏ ନେଇ ସୁନ୍ଦରଗଡ଼ ଏସ୍‌ପି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିରେ ଅତିରିକ୍ତ ଏସ୍‌ପି ରବିନାରାୟଣ ବାରିକ, ଡିଏସ୍‌ପି ମାଝି ଓ ବୀରମିତ୍ରପୁର ଆଇଆଇସି ଆନନ୍ଦ ମାଝି ପ୍ରମୁଖ ଉପସ୍ଥିତ ଥିଲେ।