Categories: ଜାତୀୟ

୪ ପର୍ବତାରୋହୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ବାୟୁସେନା

ପିଥୌରାଗଡ଼,୨।୬: ନନ୍ଦାଦେବୀ ଯାତ୍ରା ସମୟରେ ୪ ବିଦେଶୀ ପର୍ବତାରୋହୀ ଫସି ରହିଥିବା ବେଳେ ହେଲିକପ୍ଟର ଯୋଗେ ଭାରତୀୟ ବାୟୁ ସେନା ରବିବାର ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଏମାନେ ସମସ୍ତେ ଇଂଲଣ୍ଡର ବୋଲି ଜଣାପଡିଛି। ତେବେ ନନ୍ଦାଦେବୀ ପର୍ବତ ନିକଟରେ ବରଫ ଝଡ ହେବାରୁ ଏମାନଙ୍କ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏମାନଙ୍କ ସହ ୧୨ ଜଣ ଲୋକଙ୍କୁ ବାୟୁସେନା ଉଦ୍ଧାର କରିଥିବା ପ୍ରକାଶ। ସମସ୍ତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share