୪ ନକଲି ଖବରଦାତା ଗିରଫ

କୁକୁଡ଼ାଖଣ୍ଡି,୨ା୮(ଡି.ଏନ.ଏ.)- ଆଙ୍କୁଶପୁର ସଦର ଥାନା ପୋଲିସ ଗୁରୁବାର ମଧ୍ୟାହ୍ନରେ ୪ ନକଲି ଖବରଦାତାଙ୍କୁ ଗିରଫ କରିଛି। ନଂ.୧୯୦/୧୯ରେ ମାମଲା ରୁଜୁ କରି ସନ୍ଧ୍ୟାରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଗିରଫମାନେ ହେଲେ ବ୍ରହ୍ମପୁର ଭବାନୀନଗର ଚତୁର୍ଥ ଗଳିର ତପନ କୁମାର ପଟ୍ଟନାୟକ (୩୦), ଲାଞ୍ଜିପଲ୍ଲୀ ଗଣେଶ ନଗରର ସୁନିଲ ପଢ଼ିଆଳି (୩୦), ପୁରୁଣା ବ୍ରହ୍ମପୁର ପନ୍ଦରା ସାହିର ଦୀପକ ବାଡ଼ତିଆ (୧୯) ଓ ଗୋଷାଣୀ ନୂଆଗାଁ ଚାଞ୍ଚଡ଼ା ପଡ଼ିଆ ସାହିର ଡି. ନାଗେଶ୍ୱର ରାଓ (୩୧)। ଏହି ୪ଜଣ ଏକ ଇଲୋକ୍ଟ୍ରୋନିକ୍ସ ମିଡିଆର ଗଞ୍ଜାମ ଜିଲା ଖବରଦାତା ବୋଲି ପରିଚୟ ଦେଇଥିବା ସୂଚନା ମିଳିଛି। ସଦର ଥାନାଧିକାରୀ ଭାବାନନ୍ଦ ପ୍ରଧାନଙ୍କ ସୂଚନା ପ୍ରକାରେ, କୁକୁଡ଼ାଖଣ୍ଡି ବ୍ଲକ ବାଲିପଡ଼ା ପଞ୍ଚାୟତରେ ଥିବା ସରସ୍ବତୀ ଶିଶୁ ମନ୍ଦିରରେ ଏହି ୪ ଜଣ ପଶି ଶିଶୁ ମନ୍ଦିରର ବିଭିନ୍ନ ଭିଡିଓ ଉତ୍ତୋଳନ କରିଥିଲେ। ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ପଚାରିବାରୁ ଖବରଦାତା ପରିଚୟ ଦେଇ ସେମାନଙ୍କୁ ଧମକାଇଥିଲେ। ସୂଚନା ପାଇ ଥାନାଧିକାରୀ ଭାବନାନନ୍ଦ ପ୍ରଧାନ ଓ ସଦର ଥାନା କର୍ମଚାରୀ ସଦଳବଳ ପହଞ୍ଚତ୍ ୪ଜଣଙ୍କୁ ଧରି ଥାନାକୁ ଆଣି ପଚରାଉଚରା କରିଥିଲେ। ସେମାନଙ୍କ ଠାରୁ ଏକ ଇଣ୍ଡିଗୋ କାର (ନଂ.ଓଆର୧୦କେ-୦୪୫୯) ଓ ବୁମ୍‌, କ୍ୟାମେରା ଜବତ ହୋଇଛି। ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ନିରଞ୍ଜନ ବିଷୋୟୀ, ସମ୍ପାଦକ ଏ. ପୂର୍ଣ୍ଣଚନ୍ଦ୍ର ସୁବୁଦ୍ଧି, ଉପଦେଷ୍ଟା ସଞ୍ଜୟ କୁମାର ପାଣିଗ୍ରାହୀ ସଦର ଥାନାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଥାନାଧିକାରୀ ଓ ସମସ୍ତ ଖବରଦାତାଙ୍କୁ ସୂଚନା ଦେଇଥିଲେ। ସମ୍ପୃକ୍ତ ଟିଭି ଚ୍ୟାନେଲର ଜିଲା ପ୍ରତିନିଧିଙ୍କ ତରଫରୁ ଏନେଇ ଅଭିଯୋଗ ପରେ ମାମଲା ଦାଏର କରାଯାଇଥିବା ଥାନାଧିକାରୀ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri