ପାଟଣା,୨୩।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତର କୁଣ୍ଡଳା ଗ୍ରାମରେ ୪ ଦିନ ହେବ ମହାନ୍ତ ସାହିର ୧ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରର ଶ୍ରେଣୀ ଗୃହ ଓ ରୋଷେଇ ଘରେ ଗ୍ରାମର କେତେକ ମହିଳାମାନେ ତାଲା ପକାଇ ଦେଇଥିବାରୁ ଛୋଟ ଛୋଟ ୩୭ ଜଣ କୁନି କୁନି ପିଲା ବାଧ୍ୟ ହୋଇ ବାରଣ୍ଡା ରେ ବସି ପାଠ ପଢ଼ୁଛନ୍ତି। ପାଚିକା ନିଜ ଘରେ ରୋଷେଇ କରି ପିଲାମାନଙ୍କ ପାଇଁ ଖାଇବା ଆଣୁଛନ୍ତି । ଅଙ୍ଗନୱାଡ଼ିରେ ଏଭଳି ଅଚଳାବସ୍ଥା ଲାଗିରହିଥିବାବେଳେ ସିଡିପିଓ ଦିପ୍ତିମୟୀ ମହାନ୍ତ ଘଟଣାସ୍ଥଳ ପରିଦର୍ଶନ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।
ସୂଚନା ଅନୁଯାୟୀ, ଗତ ସୋମବାର କୁଣ୍ଡଳା ପୁରୁଣା ସାହିର କେତେକ ମହିଳା ଆସି କାହିଁକି ପୁରୁଣା ସାହିର ଅଙ୍ଗୱାଡି ଚାଲିବ ନାହିଁ କହି ମହାନ୍ତ ସାହିର ୧ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସି ଛୁଆମାନଙ୍କୁ ଶ୍ରେଣୀ ଗୃହରୁ ବାହାର କରି ତାଲା ମାରିଦେଇଛନ୍ତି। କୁଣ୍ଡଳା ଗ୍ରାମ ମହାନ୍ତ ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୧ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପଡ଼ିଥିବାରୁ ପିଲାମାନେ ବାରଣ୍ଡାରେ ପାଠ ପଢ଼ୁଛନ୍ତି।
Dharitri – Odisha’s No.1 Odia Daily

