Categories: ଜାତୀୟ

୪ ଦିନରେ ୬ ଅମରନାଥ ଯାତ୍ରୀ ମୃତ

ଶ୍ରୀନଗର, ୨୧ା୭(ପି.ଟି.) : ଚଳିତବର୍ଷ ଦକ୍ଷିଣ କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫାକୁ ଯାତ୍ରା ଜାରି ରହିଛି। ଗତ ୪ ଦିନ ମଧ୍ୟରେ ୬ ଜଣ ଯାତ୍ରୀ ବିଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି। ଏଥିସହ ଅମରନାଥ ଯାତ୍ରୀରେ ମୃତ୍ୟୁସଂଖ୍ୟା ଏପର୍ଯ୍ୟନ୍ତ ୨୨ରେ ପହଞ୍ଚିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୧୮ଜଣ ତୀର୍ଥଯାତ୍ରୀ ଥିବାବେଳେ, ୨ ସ୍ବେଚ୍ଛାସେବୀ ଓ ୨ କର୍ତ୍ତବ୍ୟରତ ସୁରକ୍ଷାକର୍ମୀ ଅଛନ୍ତି। ଏଥିସହ ପଥର ଆଘାତରେ ୩୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅମ୍ଳଯାନ ଅଭାବରୁ ଅମରନାଥ ବୋର୍ଡ ପକ୍ଷରୁ ବାରମ୍ବାର ସ୍ବାସ୍ଥ୍ୟ ସତର୍କତା ଜାରି କରାଯାଉଛି। ଜୁଲାଇ ପହିଲାରୁ ଏହି ଯାତ୍ରା ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ୧୫ରେ ଶେଷ ହେବ।

Share