୪ ଦଶନ୍ଧି ପରେ କ୍ୟୁବାରେ ପ୍ରଥମ ପ୍ରଧାନମନ୍ତ୍ରୀ

ହାଭାନା,୨୩ା୧୨: ଦୀର୍ଘ ୪ ଦଶନ୍ଧି ପରେ କ୍ୟୁବାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମାନୁଏଲ ମାରେରୋ କ୍ରୁଜ୍‌ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ମିଗୁଏଲ୍‌ ଡିଆଜ୍‌ କାନେଲ ପ୍ରଧାନମନ୍ତ୍ରୀ ଭାବେ ମାନୁଏଲଙ୍କ ନାମ ଘୋଷଣା କରିଛନ୍ତି। କ୍ୟୁବା ଅର୍ଥନୀତିରେ ପର୍ଯ୍ୟଟନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବାବେଳେ ମାରେରୋ ୧୬ ବର୍ଷ ହେଲା ଏହି ମନ୍ତ୍ରଣାଳୟ ଦାୟିତ୍ୱରେ ରହିଥିଲେ। ବିଦେଶୀ ନିବେଶକଙ୍କ ସହ ବୁଝାମଣା କରିବାରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ୧୯୫୯ରୁ ୧୯୭୬ ପର୍ଯ୍ୟନ୍ତ ଫିଡେଲ କାଷ୍ଟ୍ରୋ କ୍ୟୁବା ପ୍ରଧାନମନ୍ତ୍ରୀ ଥିଲେ। ସମ୍ବିଧାନ ସଂଶୋଧନ ପରେ କାଷ୍ଟ୍ରୋଙ୍କୁ ରାଷ୍ଟ୍ରପତି କରାଯିବା ସହ ପ୍ରଧାନମନ୍ତ୍ରୀ ପଦ ଉଠାଇଦିଆଯାଇଥିଲା। ଚଳିତ ବର୍ଷ ନୂଆ ସମ୍ବିଧାନରେ ରାଷ୍ଟ୍ରପତିଙ୍କ କ୍ଷମତାକୁ ଭାଗ କରାଯାଇ ମିଗୁଏଲ୍‌ଙ୍କୁ ରାଷ୍ଟ୍ରପତି କରାଯିବା ସହ ନୂତନ ଭାବେ ପ୍ରଧାନମନ୍ତ୍ରୀ ପଦ ସୃଷ୍ଟି କରାଯାଇଥିଲା।

Share