Categories: ଜାତୀୟ

୪ ଜେଇଏମ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର, ୨୦ା୧୧(ପି.ଟି.) : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ବିସ୍ଫୋରଣ କରିଥିବା ଜୈଶ-ଇ-ମହମ୍ମଦ(ଜେଇଏମ୍‌) ଆତଙ୍କବାଦୀ ସଙ୍ଗଠନର ୪ ସହଯୋଗୀଙ୍କୁ ଗିରଫ କରାଯାଇଛି। ଗତ ଜୁଲାଇରେ ଆରିହଲ୍‌ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତ କରାଯାଉଥିବାବେଳେ ଏମାନଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ବିଦେଶରୁ ଆତଙ୍କବାଦୀଙ୍କୁ ଆଣୁଥିବା ମାଷ୍ଟରମାଇଣ୍ଡ ଶାରିକ୍‌ ଅହମଦଙ୍କୁ ଧରିବା ପରେ ଅନ୍ୟ ୩ ଜଣ ଜେଇଏମ୍‌ ସଦସ୍ୟ ଆକିବ୍‌ ଅହମଦ, ଆଦିଲ୍‌ ଅହମଦ ଓ ଓଓ୍ବାଇସ୍‌ ଅହମଦଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଛି। ଆରିହଲ୍‌ ଅଞ୍ଚଳରେ ମଧ୍ୟ ଏମାନେ ବିସ୍ଫୋରଣ କରିଥିବା ଜଣାପଡ଼ିଛି। ଏମାନଙ୍କଠାରୁ ଅନେକ ବିସ୍ଫୋରକ ଓ ଆପତ୍ତିଜନକ ଜିନିଷ ଜବତ କରାଯାଇଛି। ଏନେଇ ଅଧିକ ପୋଲିସ ତଦନ୍ତ ଜାରି ରହିଥିବା ପ୍ରକାଶ।

Share