୪ କୋଟିରେ ପହଞ୍ଚିଲା ଟୁଇଟର ଫଲୋଅର ସଂଖ୍ୟା: ବିଗ୍‌ ବିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକ

ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ କଳାକାରମାନେ ପ୍ରଶଂସକମାନଙ୍କ ସହ ବ୍ୟକ୍ତିଗତ ଭାବେ ଯୋଡ଼ି ହେଉଛନ୍ତି। ସେ ବି ସୋସିଆଲ ମିଡିଆ ଜରିଆରେ। ସେ ଟୁଇଟର ହେଉ ଅବା ଇନ୍‌ଷ୍ଟାଗ୍ରାମ ସବୁଠି ନିଜ ପସନ୍ଦର ଅଭିନେତା ଅଥବା ଅଭିନେତ୍ରୀଙ୍କୁ ଫଲୋ କରୁଛନ୍ତି ପ୍ରଶଂସକ। ସେହିଭଳି ଜଣେ ଅଭିନେତା ହେଲେ ବିଗ୍‌ ବି ଅମିତାଭ ବଚ୍ଚନ।

ଅମିତାଭ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। କେବେ ଫଟୋ ତ କେବେ କବିତା ପୋଷ୍ଟ କରିଥାନ୍ତି ସେ। ଇନ୍‌ଷ୍ଟାରେ ତାଙ୍କୁ ୧୪.୧ ମିଲିଅନ୍‌ ଲୋକେ ଫଲୋ କରୁଛନ୍ତି। ଇତିମଧ୍ୟରେ ଟୁଇଟରରେ ତାଙ୍କ ଫଲୋଅର ସଂଖ୍ୟା ୪୦ ମିଲିଅନ ଅର୍ଥାତ ୪ କୋଟିରେ ପହଞ୍ଚିଛି। ଏହା ଏକ ବଡ଼ ଉପଲବ୍ଧି। ପ୍ରଶଂସକମାନେ ଏହାକୁ ନେଇ ବିଗ୍‌ ବିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଅମିତାଭଙ୍କୁ ଛାଡ଼ିଲେ ସୁପରଷ୍ଟାର ଶାହରୁଖ ଖାଁଙ୍କର ୩୯.୮ ମିଲିଅନ୍‌ ଫଲୋୟର ରହିଛି। ଖୁବ୍‌ଶୀଘ୍ର ଚେହେରେ, ଗୁଲାବୋ ସିତାବୋ, ବ୍ରହ୍ମାସ୍ତ୍ର ଏବଂ ଝୁଣ୍ଡରେ ନଜର ଆସିବେ ଅମିତାଭ ।

Share