୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ପୁରୀ ଅଫିସ,୧୬।୧୦: ବେଆଇନ ଗଞ୍ଜେଇ କାରବାର ନେଇ ପୁରୀ ଅବକାରୀ ବିଭାଗ ପକ୍ଷରୁ ପିପିଲି ଅଞ୍ଚଳରେ ଚଢ଼ାଉ କରାଯାଇ ବୁଧବାର ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ପିପିଲି ମଠସାହିର ସନ୍ତୋଷ ମହାନ୍ତି।
ସନ୍ତୋଷ ପିପିଲି ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର କରୁଥିବା ନେଇ ବିଶେଷ ସୂତ୍ରରୁ ଖବରପାଇ ଅବକାରୀ ବିଭାଗ ଏହି ଚଢ଼ାଉ କରିଥିଲା।