Categories: ଖେଳ

୪୮ ବର୍ଷ ପୁରୁଣା ଟେନିସ ବହି ନିଜ ପାଖରେ ରଖନ୍ତି ଅଜିଙ୍କେ ରାହାଣେ: ଜାଣନ୍ତୁ କାହିଁକି

ବିରାଟ କୋହଲିଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡରେ ଗସ୍ତରେ ଯାଇଛି। ପାଞ୍ଚଟିକିଆ ଟି୨୦ ସିରିଜ୍‌ ହାତେଇବା ପରେ ଏବେ ୩ଟିକିଆ ଏକଦିବସୀୟ ଏବଂ ଦୁଇଟି ଟେଷ୍ଟ କବ୍ଜା କରିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ। ଭାରତୀୟ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଅଜିଙ୍କେ ରାହାଣେ ଟେଷ୍ଟ ଏବଂ ଏକଦିବସୀୟ ସିରିଜ୍‌ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି। ଏହାପୂବ;ରୁ ନିଜ ବ୍ୟାଗ୍‌ ପ୍ୟାକ୍‌ କରୁଥିବାର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ରାହାଣେ ଏକ ପୁସ୍ତକ ନିଜ ବ୍ୟାଗ୍‌ରେ ରଖୁଥିବାର ଦେଖାଯାଇଛି। ଏହି ପୁସ୍ତକଟିର ନାମ ‘ଦ ଇନର ଗେମ୍‌ ଅଫ୍‌ ଟେନିସ୍‌’। ଟେନିସ୍‌ କୋର୍ଟ ସମ୍ବନ୍ଧୀତ ଏହି ପୁସ୍ତକଟି ବଜାରୁକୁ ଆସିବା ପ୍ରାୟ ୪୮ ବର୍ଷ ହୋଇଗଲାଣି। ଏତେ ପୁରୁଣା ବହିକୁ ରାହାଣେ ସମୟ ବାହାର କରି ପଢନ୍ତି। କେବଳ ରାହାଣେ ନୁହେଁ, ବିଶ୍ୱର ଅନେକ ଖେଳାଳି ଏହି ପୁସ୍ତକ ପଢନ୍ତି। ଏହି ପୁସ୍ତକଟିକୁ ଲେଖିଖିବା ବ୍ୟକ୍ତି ଜଣଙ୍କ ହେଲେ ଟିମୋଥି ଗଲଓ୍ବେ। ସେ ଜଣେ ଟେନିସ୍‌ ଖେଳାଳି ଥିଲେ। ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିବାବେଳେ ନ୍ୟାଶନାଲ ଜୁନିୟର ଟେନିସ୍‌ ଚାମ୍ପିୟନଶିପ୍‌ ଏକ ଜିତିବା ମ୍ୟାଚ୍‌ ହାରି ଯାଇଥିଲେ। ଏହାପରେ ସେ ଏହି ପୁସ୍ତକ ଲେଖିବା ଆରମ୍ଭ କରିଥିଲେ। ପୁସ୍ତକରେ ଏକାଗ୍ରତା, ଇଚ୍ଛା ଶକ୍ତି ଏବଂ ବିଶ୍ୱାସ ଉପରେ ଉଲ୍ଲେଖ ରହିଛି। ଏହି କାରଣରୁ ଆଜି ପର୍ଯ୍ୟନ୍ତ ଏହି ପୁସ୍ତକଙ୍କ ଅନେକ ଖେଳାଳି ପଢନ୍ତି।

Share