୪୮ ଘଣ୍ଟା ପୂରିଲା, ଫେରାର କଏଦୀଙ୍କ ପତ୍ତା ମିଳୁନି: କର୍ମଚାରୀଙ୍କୁ ଦୋଷଦେଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ଅଫିସ, ୧୬।୧୨: ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛି ୧୦୦ ବର୍ଷ ପୁରୁଣା ଢେଙ୍କାନାଳ ଜିଲା କାରଗାର। ନାବାଳିକା ବଳାତ୍କାର ଭଳି ସଙ୍ଗିନ ମାମଲାର ବିଚାରାଧୀନ କଏଦୀ ଶିବ ମୁଣ୍ଡା (୨୩) ଯୋଜନାବଦ୍ଧ ଭାବେ ଜେଲ ପାଚେରି ଡେଇଁ ଚମ୍ପଟ ମାରିବା ଏବେ କାରାଗାରର ହୁଗୁଳା ବ୍ୟବସ୍ଥାକୁ ପଦାରେ ପକାଇଛି। ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଫେରାର କଏଦୀଙ୍କ ପତ୍ତା ମିଳୁନାହିଁ। ଅନ୍ୟପଟେ ଜେଲ ପରିସରରେ କାର୍ଯ୍ୟରତ କର୍ମଚାରୀଙ୍କ ତ୍ରୁଟି ଯୋଗୁ ଏପରି ଘଟଣା ଘଟିଥିବା କହିଛନ୍ତି ଜେଲ ସୁପରିଣ୍ଟେଣ୍ଡେଣ୍ଟ।
ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଢେଙ୍କାନାଳ ଜିଲା କାରଗାରକୁ ପୂରିଛି ୧୦୩ ବର୍ଷ। ହେଲେ ଶୁକ୍ରବାର ଅପରାହ୍ନ ୫ଟା ୪୫ରେ କଏଦୀ ଫେରାର ହେବା ପରେ ଜେଲ ଭିତରର ସୁରକ୍ଷା ବ୍ୟବସ୍ଥା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେରାର କଏଦୀ ଶିବ ମୁଣ୍ଡା ବିଦ୍ୟୁତ୍‌ ଟାୱାର ଲାଇନ୍‌ କାର୍ଯ୍ୟ କରନ୍ତି। ତାଙ୍କ ଘର ଭୁବନ ଥାନା କାଞ୍ଚନବାହାଳି ଢିପସାହି ଅଞ୍ଚଳରେ। ମାର୍ଚ୍ଚ ମାସରେ ସେ ତୁମୁସିଙ୍ଗା ଥାନା ଅଞ୍ଚଳକୁ ବିଦ୍ୟୁତ୍‌ ଟାଓ୍ବାର ଲାଇନ କାର୍ଯ୍ୟ କରିବାକୁ ଯାଇଥିଲେ। ସେଠାରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ସମ୍ପୃକ୍ତ ଅଭିଯୋଗରେ ଶିବଙ୍କ ନାମରେ ନଂ. ୩୧/୧୯, ଦଫା ୩୬୩, ୩୭୬(୨) (ଏମ୍‌), ୬ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ଢେଙ୍କାନାଳ ଜିଲା କାରାଗାରକୁ ପଠାଇ ଦିଆଯାଇଥିଲା।
ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ନେଇ ଶିବ ଲୁଙ୍ଗି ସହାୟତାରେ ପାଚେରି ଡେଇଁ ଜନଗହଳି ରାସ୍ତାରେ ଫେରାର ହୋଇଯାଇଥିଲେ। ଏହି ଘଟଣାର ସମସ୍ତ ଦୃଶ୍ୟ ପାଚେରି ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡିଂ ହୋଇଛି। ଏ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗକ୍ରମେ ଟାଉନ ଥାନାରେ ନଂ. ୩୮୧/୧୯, ଦଫା ୨୨୪ରେ ଏକ ମାମଲା ରୁଜୁ କରାଯାଇଛି ା ତଦନ୍ତକାରୀ ଅଧିକାରୀ ତଥା ଟାଉନଥାନା ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ରବିବାର ଶିବଙ୍କ ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି। ଏଥିସହ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ଏ ନେଇ ଜେଲ ସୁପରିଣ୍ଟେଣ୍ଡେଣ୍ଟ ବୀରେନ ସାହୁ କୁହନ୍ତି, ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଅବହେଳାରୁ ଏପରି ଘଟଣା ଘଟିଲା। ଶନିବାର ସମ୍ବଲପୁରରୁ ଜେଲ୍‌ ଡିଆଇଜି କାରାଗାର ପରିଦର୍ଶନରେ ଆସି ତଦନ୍ତ କରି ଯାଇଛନ୍ତି। ଫେରାର କଏଦୀ ଟାୱାରରେ ଚଢ଼ି କାମ କରିବା ଅଭିଜ୍ଞତା ଥିବାରୁ ସେ ପାଚେରି ଡେଇଁ ପଳାଇବାକୁ ସକ୍ଷମ ହୋଇଛନ୍ତି, ଯାହା ତାଙ୍କର ରେକର୍ଡ ବିଷୟରେ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି। ଜେଲ ପାଚେରି ଉପରେ ଦିଆଯାଇଥିବା ତାର ବାଡ ଓ ଆଙ୍ଗେଲ ମଧ୍ୟରେ ଗ୍ୟାପ୍‌ ଥିବାରୁ ଜଣେ ସହଜରେ ଗଳି ଯାଇପାରିବ। ତାରବାଡ ଲାଗିବା ସମୟରେ ଏହି ତ୍ରୁଟିକୁ କେହି ଜାଣିପାରି ନ ଥିବା ଅନୁମାନ କରାଯାଉଛି। ସାଧାରଣତଃ ୱାଚଟାୱାର ପାଚେରି ବାହାରେ ନିର୍ମାଣ ହୋଇଥାଏ। ହେଲେ ଏଠି ଜେଲ ଭିତରେ ନିର୍ମାଣ ହୋଇଛି। ୱାଚଟାୱାର ପାଇଁ କର୍ମଚାରୀଙ୍କ ଅଭାବ ରହିଛି। ନାବାଳିକା ବଳାତ୍କାର ଘଟଣାର ଦଣ୍ଡାଦେଶ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଛି। ଜେଲରେ ଥିବା ଟିଭିରୁ ଏ ସମ୍ପର୍କିତ ଖବର ଦେଖି କଏଦୀ ଜଣକ ଏପରି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି ବୋଲି ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri