Categories: ଜାତୀୟ

୪୮ ଘଣ୍ଟା ପରେ ବି ଏଏନ୍‌-୩୨ର ମିଳିନି ପତ୍ତା

ନୂଆଦିଲ୍ଲୀ,୫।୬: ନିଖୋଜ ଥିବା ବାୟୁସେନା ବିମାନ ଏଏନ୍‌-୩୨ ୪୮ ଘଣ୍ଟାରେ ବିତ୍ତିଯାଇଥିଲେ ମଧ୍ୟ ଏଯାଏଁ ପତ୍ତା ମିଳିପାର ନାହିଁ। ବିମାନ ନିଖୋଜ ହେବା ପରେ ଏହା ସମ୍ପର୍କୀତ ଏକ ଖବର ସାମ୍‌ନାକୁ ଆସିଥିଲା। ମିଳିଥିବା ସୂଚନା ଅନୁସାରେ ବିମାନ ଏଏନ୍‌-୩୨ରେ ଯେଉଁ ଏସ୍‌ଓଏସ୍‌ ସିଗ୍‌ନାଲ ୟୁନିଟ ଥିଲା ତାହା ୧୪ ବର୍ଷ ପୁରୁଣା। ସୋମବାର ଆସାମ ଜୋରହାଟରୁ ଅରୁଣାଞ୍ଚଳ ପ୍ରଦେଶ ପାଇଁ ବିମାନ ଏନ୍‌-୩୨ ଉଡାଣ ଭରିଥିଲା। ହେଲେ ବିମାନ ଗ୍ରାଉଣ୍ଡ କଣ୍ଟ୍ରୋଲସ୍‌ ସହ ଦ୍ୱିପହରେ ୧ଟାରୁ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ପ୍ରାୟ ୩୩ ମିନିଟ୍‌ ପରେ ବିମାନ ନିଖୋଜ ହୋଇଯାଇଥିଲା। ଏଥିରେ ସର୍ବମୋଟ ବିମାନ କର୍ମଚାରୀଙ୍କ ସମେତ ୧୩ଜଣ ଯାତ୍ରୀ ରହିଥିଲେ। ବିମାନ ସନ୍ଧାନରେ ସୁଖୋଇ ୩୦ ଏୟାରକ୍ରାପ୍ଟ ଓ ସି-୧୩୦ ସ୍ପେଶିଆଲ ଅପରେସନ୍‌ ଏୟାରକାପ୍ଟ ଫାଇଟର ଜେଟ ସାମିଲ ହୋଇଛି। ଏଥିସହ  ସ୍ଥଳସେନା ଏବଂ ଇଣ୍ଡୋ-ତୀବ୍ବତ ବର୍ଡର ପୋଲିସ ବିମାନ ଖୋଜିବାରେ ଲାଗି ପଡ଼ିଛନ୍ତି। ଏମିତିକି ବିମାନକୁ ଖୋଜିବାରେ ଇସ୍ରୋର ସହାୟତା ନିଆଯାଇଛି। ହେଲେ ଖରାପ୍‌ ପାଗ ଯୋଗୁ ସର୍ଚ୍ଚ ଅପରେସନରେ ବାଧା ସୃଷ୍ଟି ହେବାରୁ ଏହାର କୌଣସି ସନ୍ଧାନ ମିଳିପାରିନାହିଁ।

Share