Categories: ଖେଳ

୪୭ ବର୍ଷର ରେକର୍ଡ ଭାଙ୍ଗିଲେ ରୋହିତ-ମୟଙ୍କ ଯୋଡି

ବିଶାଖାପାଟନା,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ମଜଭୁତ୍‌ ସ୍ଥିତିରେ ପହଞ୍ଚିଛି। ଦୁଇ ଓପନର ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଜବରଦସ୍ତ ପ୍ରଦର୍ଶନରେ ଭାରତ ବିନା ଉଇକେଟ ହରାଇ ୨୦୦ ରନ୍‌ ସଂଗ୍ରହ କରିଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରାରମ୍ଭରୁ ରକ୍ଷାତ୍ମକ ଖେଳ ପ୍ରଦର୍ଶନ କରିଛି। ରୋହିତ ଶର୍ମା ଶତକ ହାସଲ କରିଥିବାବେଳେ ମୟଙ୍କ ଅଗ୍ରଓ୍ବାଲ ଶତକର ନିକଟତର ହୋଇଛନ୍ତି। ଏହି ମ୍ୟାଚ୍‌ରେ ଉଭୟ ୪୭ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୧୯୭୨ରେ ସୁନୀଲ ଗାଭାସ୍କର ଏବiଂ ରାମନାଥ ପାରକର ଇଂଲଣ୍ଡ ବିପକ୍ଷରେ ଦିଲ୍ଲୀରେ ମ୍ୟାଚ୍‌ ଖେଳୁଥିଲେ। ରାମନାଥ ଟେଷ୍ଟରେ ଡେବ୍ୟୁ କରୁଥିବାବେଳେ ଗାଭାସ୍କର ପ୍ରଥମଥର ପାଇଁ ଟେଷ୍ଟରେ ଓପନିଂ କରୁଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ରୋହିତ ପ୍ରଥମଥର ପାଇଁ ଟେଷ୍ଟରେ ଓପନିଂ କରୁଥିବାବେଳେ ମୟଙ୍କ ପ୍ରଥମଥର ଭାରତ ମାଟିରେ ଟେଷ୍ଟ ଖେଳୁଛନ୍ତି। ଦୁହେଁ ଭାରତ ପକ୍ଷରୁ ପ୍ରଥମଥର ମଧ୍ୟ ଓପନିଂ କରୁଛନ୍ତି।

Share