୪୭ବର୍ଷରେ ପାଦ ଥାପିଲେ ବଲିଉଡ୍‌ ବିୟୁଟି

ମୁମ୍ବାଇ: ବଲିଉଡ ବିୟୁଟି ରବିନା ଟଣ୍ଡନ ମଙ୍ଗଳବାର ୪୭ବର୍ଷରେ ପହଞ୍ଚିଛନ୍ତି। ତଙ୍କେ ଜନ୍ମ ଦିନରେ ଅନେକ ଅଭିନେତା ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ଏଥର ଜନ୍ମଦିନକୁ ପରିବାର ସହ ପାଳନ କରିଛନ୍ତି। ସେ ୱେବ୍‌ ସିରିଜ୍‌ର ଶୁଟିଂ ପାଇଁ ହିମାଚଳ ପ୍ରଦେଶର ଡାଲହୋଇରେ ରହିଛନ୍ତି। ସ୍ବାମୀ ଅନିଲ ଥାଡ଼ାନି ମୁମ୍ବାଇରୁ ପାଖାପାଖି ୧୯,୩୮୧କିଲୋମିଟର ଯାତ୍ରା କରି ରବିନାଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ସ୍ବାମୀଙ୍କ ସହ ଏକ ବୁମରାଙ୍ଗ ଭିଡିଓ ଅପଲୋଡ୍‌ କରିବା ସହ ଏଭଳି ଏକ ଉପହାର ପାଇଁ ବହୁତ ଖୁସି ଥିବା ଜଣାଇଛନ୍ତି। ଦୁହେଁ ଅନେକ ବନ୍ଧୁଙ୍କ ସହ ରାତ୍ରି ଭୋଜନ କରିଛନ୍ତି। ରବିନା ତାଙ୍କ ବନ୍ଧୁ ରିମା ପଣ୍ଡିତ୍‌ଙ୍କୁ ଏଭଳି ଏକ ସୁନ୍ଦର ବ୍ୟବସ୍ଥା ପାଇଁ ଧନ୍ୟବାଦ ଜଣାଇବା ସହ ଅନ୍ୟ ବନ୍ଧୁ ମାନଙ୍କୁ ମିସ୍‌ କରୁଥିବା ପୋଷ୍ଟରେ ଲେଖିଛନ୍ତି। ସେ ଡାଲହୋଇରେ ସମସ୍ତ ସତର୍କତା ସହ କୋଭିଡ ନିୟମ ପାଳନ କରି ଶୁଟିଂ ପାଇଁ ଅପେକ୍ଷା କରିଥିବା ଜଣାଇଛନ୍ତି।
ସୋସିଆଲ ମିଡିଆରେ ଶିଳ୍ପା ସେଟ୍ଟୀ, ଜୁଇ ଚାୱାଲା, ମନିଷ ମାଲହୋତ୍ରା ଓ ଅନ୍ୟନ୍ୟ ପ୍ରମୁଖ କଳାକାରମାନେ ଶୁଭେଚ୍ଛା ଜଣାଇଛନ୍ତି। ଜୁଇ ରବିନାଙ୍କ ସହ ପୁରୁଣା ଫଟୋକୁ ଶେୟାର କରି ସୁନ୍ଦରୀ ଅଭିନେତ୍ରୀ ତାଙ୍କୁ ‘ଜୁ’ ଡାକୁଥିବା ପୋଷ୍ଟରେ ଲେଖିଛନ୍ତି। ସେହିପରି ଶିଳ୍ପା ‘ହାପି ବାର୍ଥ ଡେ ଡାର୍ଲିଙ୍ଗ’ ଲେଖି ଏହି ସ୍ବତନ୍ତ୍ର ଦିନ ପାଇଁ ଢ଼େରସାରା ଭଲପାଇବା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?