୪୫ ମିନିଟ୍‌ରେ ହେବ କରୋନା ଚିହ୍ନଟ: ଆମେରିକା ଦେଲା ଅନୁମତି

ଓ୍ବାଶିଂଟନ,୨୨।୩: ମହାମାରୀ କରୋନା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାର ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ଆମେରିକା ଅନୁମତି ଦେଇଛି। ମାତ୍ର ୪୫ ମିନିଟ୍‌ ମଧ୍ୟରେ କରୋନା ସଂକ୍ରମଣ ସମ୍ପର୍କରେ ଏହି ରାପିଡ୍‌ ଟେଷ୍ଟ୍‌ ଦ୍ୱାରା ଜଣାପଡ଼ିବ। ଫଳରେ କମ ସମୟ ମଧ୍ୟରେ ଅଧିକ ଲୋକଙ୍କ ନମୁନା ପରୀକ୍ଷଣ କରାଯାଇ ପାରିବ ବୋଲି ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡ଼ମିନିଷ୍ଟ୍ରେନ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପରୀକ୍ଷଣ କାଲଫର୍ନିଆସ୍ଥିତ ମଲିକ୍ୟୁଲାର ଡାଏଗ୍ନୋଷ୍ଟିକ୍‌ କମ୍ପାନୀ ସିଫାଇଡ୍‌ ଦ୍ୱାରା କରାଯିବ। କମ୍ପାନୀ ଏନେଇ ଏକ ଡିଭାଇସ୍‌ ପ୍ରସ୍ତୁତ କରିଛି। ଏହାକୁ ଆଗାମୀ ସପ୍ତାହ ସୁଦ୍ଧା ଦେଶର ବିଭିନ୍‌ ହସ୍ପିଟାଲକୁ ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share