୪୫୦ କିଲୋମିଟର ଚାଲି ଚାଲି ଯାଇ କାର୍ଯ୍ୟରେ ଯୋଗଦେଲେ ଯବାନ

ରାଜଗଡ଼,୩୦।୩: ଉତ୍ତରପ୍ରଦେଶ ଇଟାଓ୍ବାର ଜଣେ ଯବାନ ନିଜ କାର୍ଯ୍ୟକୁ କେତେ ସମ୍ମାନ କରନ୍ତି ତାହା ଏବେ ଦେଖିବାକୁ ମିଳିଛି। ଦିଗବିଜୟ ଶର୍ମା ନାମକ ଜଣେ କନଷ୍ଟେବଳ ମଧ୍ୟପ୍ରଦେଶର ରାଜଗଡରେ କାମ କରନ୍ତି। ନିକଟରେ ତାଙ୍କ ସ୍ନାତକ ପରୀକ୍ଷା ଥିବାରୁ ସେ ଇଟାଓ୍ବା ଯାଇଥିଲେ। ହେଲେ କରୋନା ଭାଇରସ କାରଣରୁ ସବୁ ପରୀକ୍ଷା ସ୍ଥଗିତ କରାଯାଇଥିବା ବେଳେ ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ହେଲେ ପରୀକ୍ଷା ସ୍ଥଗିତ ପରେ ଦିଗବିଜୟ ନିଜ କର୍ମସ୍ଥଳୀରେ ଯୋଗ ଦେବାକୁ ଦୀର୍ଘ ୪୫୦ କିଲୋମିଟର ଚାଲି ଚାଲି ପହଞ୍ଚିଥିବା କୁହାଯାଏ। ଲକ୍‌ଡାଉନ୍‌ ଯୋଗୁ ସେ ନିଜ ଘର ପାଖରୁ ଚାଲିବା ଆରମ୍ଭ କରିଥିଲେ। ଉଦ୍ଦେଶ୍ୟ ଯେମିତି ହେଉ ସେ ତାଙ୍କ କର୍ମସ୍ଥଳୀରେ ପହଞ୍ଚିବେ। ବାଟରେ କିଛି ସମୟ ବିଶ୍ରାମ ପରେ କାହାକୁ କାହାକୁ ଲିପ୍ଟ ମାଗି ମଧ୍ୟ କିଛି ବାଟ ଅତିକ୍ରମ କରିବା ସହ ଅଧିକ ବାଟ ପାଦରେ ଚାଲି ଚାଲି ସେ ରାଜଗଡ ପହଞ୍ଚିବା ପରେ ଏବେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ଲକ୍‌ଡାଉନ୍‌ ସମୟରେ ଏହି ଯବାନମାନେ ହିଁ ଦିନ ରାତି ରାସ୍ତା ଉପରେ ଜଗି ରହି ଲୋକଙ୍କୁ ଘର ଭିତରେ ରହିବାକୁ ବୁଝାଉଛନ୍ତି।

Share