Categories: ଜାତୀୟ

୪୪ ଡିଗ୍ରୀ ତାପମାତ୍ରାରେ ସିଝୁଛି ରାଜଧାନୀ

ନୂଆଦିଲ୍ଲୀ,୨୪।୫: ରାଜଧାନୀ ଦିଲ୍ଲୀର ତାପମାତ୍ରା ଏବେ ୪୪ ଡିଗ୍ରୀ ଉପରେ ରହୁଥିବା ବେଳେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡିଛି। ଗୋଟିଏ ପଟେ କରୋନା ସଂକ୍ରମଣ ଅନ୍ୟପଟେ ସୂର୍ଯ୍ୟଙ୍କ କୋପରେ ବ୍ୟତିବ୍ୟସ୍ତ ହୋଇଗଲାଣି ରାଜଧାନୀର ଅବସ୍ଥା। ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ତାପମାତ୍ରା ୪୬-୪୭ ଡିଗ୍ରୀ ଛୁଇଁପାରେ। ମେ’ ୨୮ ପରେ ପାଗରେ ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ସୂଚନାଯୋଗ୍ୟ, ଗତ ପ୍ରାୟ ୩-୪ ଦିନ ହେବ ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଏହା ସାଧାରଣ ଜୀବନଯାତ୍ରା ଉପରେ ଖୁବ୍‌ ପ୍ରଭାବ ପକାଇଛି।

Share