୪୪ରେ ପାଦଦେଲେ ସ୍ମୃତି ଇରାନୀ: ଟିଭି ପରଦାରୁ ରାଜନୀତି

ମୁମ୍ବାଇ: ଭାଜପା ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସ୍ମୃତି ଇରାନୀ ସୋମବାର ୪୪ ବର୍ଷରେ ପାଦଦେଇଛନ୍ତି। ସେ ୧୯୭୬ ମାର୍ଚ୍ଚ ୨୩ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ମ୍ୟାକ୍‌ ଡୋନାଲ୍ଡ କମ୍ପାନୀରେ କାମ କରୁଥିବା ସ୍ମୃତି ଟେଲିଭିଜନରେ ବିଭିନ୍ନ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଥିଲେ। ୧୯୯୮ରେ ସେ ମିସ୍‌ ଇଣ୍ଡିଆ ପିଜାଣ୍ଟ୍‌ ଫାଇନାଲ୍‌ରେ ସ୍ଥାନ ଅଧିକାର କରିଥିଲେ। ସେହିବର୍ଷ ସେ ମିକା ସିଂଙ୍କ ଆଲବମ୍‌ ‘ସାବନ୍‌ ମେ ଲଗ୍‌ ଗଇ ଆଗ୍‌’ରେ ଅଭିନୟ କରିଥିଲେ। ୨୦୦୦ରେ ସେ ଟିଭି ଧାରାବାହିକ ‘ଆତିଶ୍‌’ ଏବଂ ‘ହମ୍‌ ହୈ କଲ୍‌ ଆଜ ଔର କଲ୍‌’ରେ ଅଭିନୟ କରିଥିଲେ। ତେବେ ଏକତା କପୁରଙ୍କ ‘କ୍ୟୁଁ କି ଶାଶ୍‌ ଭି କଭି ବୋହୂ ଥି’ ଧାରାବାହିକରେ ଅଭିନୟ କରି ସ୍ମୃତିଙ୍କୁ ବେଶ୍‌ ପରିଚିତି ମିଳିପାରିଥିଲା। ସ୍ମୃତି ‘ଅଲ୍‌ ଇଜ୍‌ ଓ୍ବେଲ୍‌’, ‘ଜୟ ବୋଲୋ ତେଲେଙ୍ଗାନା’, ‘ମାଲିକ୍‌ ଏକ୍‌’, ଅମ୍ରିତା ଆଦି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୨୦୦୧ରେ ସେ ଜୁବିନ୍‌ ଇରାନୀଙ୍କୁ ବିବାହ କରିଥିଲେ। ୨୦୦୩ରେ ସ୍ମୃତି ଭାଜପାରେ ଯୋଗଦେଇଥିଲେ। ଏହାପରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା।

Share