Categories: ଜାତୀୟ

୪୧ ଲୋକ ସଭା ଆସନ ପାଇଁ ବାରାଣସୀରୁ ଲଢ଼ିଲେ ନାହିଁ ପ୍ରିୟଙ୍କା

ନୂଆଦିଲ୍ଲୀ,୨୮।୪: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ବାରାଣସୀ ଲୋକ ସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆକଳନ କରାଯାଉଥିଲା। ତେବେ ଶେଷ ମୂହୂର୍ତ୍ତରେ ଏନେଇ ମନା କରିଥିଲେ ପ୍ରିୟଙ୍କା। ସେ କାହିଁକ ମନା କଲେ ସେନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ତାଙ୍କ ଉପରେ ଉତ୍ତରପ୍ରଦେଶର ୪୧ ଟି ଲୋକ ସଭା ଆସନର ଦାୟିତ୍ୱ ରହିଛି। ସେ ଜୋର୍‌ସୋର୍‌ରେ ପ୍ରଚାର ମଧ୍ୟ ଜାରି ରଖିଛନ୍ତି। ଏପରି ସ୍ଥଳେ ବାରାଣସୀରେ ନିର୍ବାଚନ ଲଢ଼ିଲେ ତାଙ୍କର ଲକ୍ଷ୍ୟରେ ବାଧା ପହଞ୍ଚିବ ବୋଲି ପ୍ରିୟଙ୍କା କହିଛନ୍ତି। ଏହା ମଧ୍ୟରେ ପୂର୍ବାଞ୍ଚଳର ୨୬ଟି ଆସନ ମଧ୍ୟ ରହିଛି। ଦଳ ଲାଗି ସଫଳତା ଆଣିବା ପାଇଁ ସେ ପରିଶ୍ରମ କରୁଛନ୍ତି। ତେଣୁ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହେବାକୁ ସେ ଚାହୁଁ ନାହାଁନ୍ତି ବୋଲି କହିଛନ୍ତି।

Share