୪୧ ବର୍ଷରେ ବିଦ୍ୟା ବାଲାନ୍‌: ଡାର୍ଟି ପିକଚର ଆଣି ଦେଇଥିଲା ବଲିଉଡ୍‌ରେ ଖ୍ୟାତି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ବୁଧବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୯ ଜାନୁୟାରୀ ୧ରେ ସେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ। ମୁମ୍ବାଇରେ ପାଠପଢ଼ା ସରିବା ପରେ ସେ ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ। ଟିଭି ସିରିଏଲ୍‌ ହମ୍‌ ପାଞ୍ଚ୍‌ରେ ତାଙ୍କର ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। କାହାଣୀ, ଡାର୍ଟି ପିକଚର, ଇଶିକିୟାଁ, ପା ଆଦି ଫିଲ୍ମରେ ବିଦ୍ୟା ବାଲାନ୍‌ ନିଜର ଅଭିନୟ ଦକ୍ଷତାର ପରିଚୟ ଦେଇଥିଲେ। ତେବେ ଡାର୍ଟି ପିକଚରର ନିଖୁଣ ଅଭିନୟ ତାଙ୍କ ପାଇଁ ଖ୍ୟାତି ଆଣି ଦେଇଥିଲା। ଏଥିରେ ସେ ଦକ୍ଷିଣ ଫିଲ୍ମ ଅଭିନେତ୍ରୀ ସିଲକ୍‌ ସ୍ମିତାଙ୍କ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ପରିଣିତା ଥିଲା। ଏହି ଫିଲ୍ମରେ ଅଭିନୟ ଲାଗି ତାଙ୍କୁ ୪୦ ଥର ସ୍କ୍ରିନ୍‌ ଟେଷ୍ଟ୍‌ ଏବଂ ୧୭ ଥର ମେକ୍‌ ଅପ୍‌ ଶୁଟ୍‌ ଦେବାକୁ ପଡ଼ିଥିଲା। ୨୦୧୨ରେ ସିଦ୍ଧାର୍ଥ ରାୟ କପୁରଙ୍କୁ ବିବାହ କରିିଥିଲେ।

Share