୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ

ଜଳେଶ୍ୱର,୧।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ଜଳେଶ୍ବରରେ ବ୍ରାଉନସୁଗାର କାୟା ବିସ୍ତାର କରିଥିବା ବେଳେ ପୋଲିସ ଏହାର ମାଷ୍ଟରମାଇଣ୍ଡ ଶେଖ୍‌ ସାଦିକ୍‌ ଓରଫ ଚୁଇଁଙ୍କ ସମେତ ୩ ଜଣଙ୍କୁ ରବିବାର ଗିରଫ କରିଛି।
ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ବର ଆଇଆଇସି ଧନେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଜଳେଶ୍ବର ଶେଖବାଡ଼ ଅଞ୍ଚଳରେ ଚଢ଼ାଉ କରିଥିଲା। ପଶ୍ଚିମବଙ୍ଗର ଏଗ୍ରା ଅଞ୍ଚଳର ଦୁଇ ଯୁବକ ଜୋନି ସିଂ ଓ ଅଭିକ ମାଇତି ଦୁଇଜଣ ଯାକ ସାଦିକ୍‌ଙ୍କଠାରୁ ବ୍ରାଉନସୁଗାର ନେବା ସମୟରେ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ୪୦୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ହେବ। ଏଥିସହିତ ଗୋଟିଏ ସ୍କୁଟି, ୪ଟି ମୋବାଇଲ ଏବଂ ନଗଦ ୧୭ ହଜାର ଟଙ୍କା ଜବତ ପୋଲିସ ଜବତ କରିଛି।