Categories: ଜାତୀୟ

୪୦ ବର୍ଷର ରେକର୍ଡ ଭାଙ୍ଗିଲା ହିମାଚଳ ପ୍ରଦେଶର ତୁଷାରପାତ

କୁଲୁ,୧୯।୧: ହିମାଚଳ ପ୍ରଦେଶରେ କିଛିଦିନ ହେଲା ତୁଷାରପାତ ସାଧାରଣ ଜୀବନଯାତ୍ରା ଉପରେ ବେଶ୍‌ ପ୍ରଭାବ ପକାଇଛି। କୁହାଯାଉଛି ଏଥରର ତୁଷାରପାତ ଗତ ୪୦ ବର୍ଷର ରେକର୍ଡ ଭାଙ୍ଗିଛି। କାରଣ ୪୦ ବର୍ଷ ପୂର୍ବେ ଜାନୁୟାରୀରେ ଏମିତି ତୁଷାରପାତ ହୋଇଥିଲା। ଏହାପରେ ଜାନୁୟାରୀରେ ଏମିତି ତୁଷାରପାତ ହୋଇନାହିଁ। ଶନିବାର ଏଠାକାର ରାତିର ତାପମାତ୍ରା ମାଇନସ ୧୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେମିତି ଲାହୁଲ-ସ୍ପିଟିରେ ମାଇନସ୍‌ ୧୫ ଡିଗ୍ରୀ ତାପମାତ୍ରା ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରିପକାଇଥିଲା। ସେହିପରି କଲ୍‌ପାରେ ମାଇନସ୍‌ ୮.୪, ଡାଲହାଉଓି ମାଇନସ୍‌ ୨.୪, ମନାଲଇ ମାଇନସ୍‌ ୪.୪, କୁଫରି ମାଇନସ୍‌ ୫ ଡିଗ୍ରୀ ରେକର୍ଡ କରାଯାଇଥିଲା।

Share