Categories: ଜାତୀୟ

୪୦ ବର୍ଷରେ ଭାଜପା: କରୋନା ଲଢ଼େଇରେ ସାମିଲ୍‌ ହେବାକୁ ଆହ୍ବାନ ଦେଲେ ମୋଦି

ନୂଆଦିଲ୍ଲୀ,୬।୪: ଭାଜପା ସୋମବାର ୪୦ ବର୍ଷରେ ପାଦଦେଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ସମସ୍ତ ସଦସ୍ୟଙ୍କୁ କରୋନା ଲଢ଼େଇରେ ସାମିଲ୍‌ ହେବାକୁ ଆହ୍ବାନ ଜଣାଇଛନ୍ତି।
ଦେଶରେ କରୋନା ଆତଙ୍କ ସୃଷ୍ଟି କରିଥିବା ଭାଜପାର ସମସ୍ତ ସଦସ୍ୟ ମିଳିତ ଭାବେ ଲୋକଙ୍କ ସହାୟତା କରିବାକୁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି। ଦଳ ୧୯୮୦ ଏପ୍ରିଲ୍‌ ୬ରେ ସ୍ଥାପିତ ହୋଇଥିଲା। ଦଳ ପାଇଁ ବହୁତୁଙ୍ଗ ନେତା କଠିନ ପରିଶ୍ରମ କରିଛନ୍ତି। ଏହା ଫଳ ସ୍ବରୂପ ଆଜି ଦେଶବାସୀଙ୍କ ସେବା କରିବାର ସୁଯୋଗ ଭାଜପାକୁ ମିଳିଥିବା ମୋଦି ଟୁଇଟ୍‌ କରି ଜଣାଇଛନ୍ତି। ସଦସ୍ୟମାନେ ଦଳର ମୂଳଲକ୍ଷ୍ୟକୁ ନ ଭୁଲି ସାଧାରଣ ଜନତାଙ୍କ ସେବା ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ପ୍ରଧାନନ୍ତ୍ରୀ କହିଛନ୍ତି।

Share