୪୦ ଟଙ୍କାରେ ପିଆଜ ବିକି ଦରଦାମ୍‌ ବୃଦ୍ଧିର ପ୍ରତିବାଦ କଲା ଜିଲା ନଗର କଂଗ୍ରେସ

ବଲାଙ୍ଗୀର ଅଫିସ୍‌,୬।୧୨: ବଲାଙ୍ଗୀର ଜିଲା ନଗର କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାର ଅହେତୁକ ପିଆଜର ଦରଦାମ୍‌ ବୃଦ୍ଧି ଓ ଅଭାବ ନେଇ ଶୁକ୍ରବାର ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ କିଲୋ ପ୍ରତି ୪୦ ଟଙ୍କା ଦରରେ କଂଗ୍ରେସକର୍ମୀମାନେ ପିଆଜ ବିକ୍ରି କରିଥିଲେ। ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଲିକା ଦାହ କରାଯାଇଥିଲା। ପିଆଜ ସହ ଅନ୍ୟ ପନିପରିବା ଦର ବୃଦ୍ଧିକୁ ଯଦି ସରକାର ଆୟତ୍ତକୁ ନ ଆଣନ୍ତି ତେବେ ଆଗାମୀ ଦିନରେ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ନଗର କଂଗ୍ରେସ ସଭାପତି ବୁଲୁଦାନୀ କଚେତାବନୀ ଦେଇଛନ୍ତି ।