Categories: ଖେଳ

୪୦୦ ଛକା କ୍ଲବ ନିକଟରେ ରୋହିତ

ନାଗପୁର,୯।୧୧- ଭାରତୀୟ ଟି୨୦ ଦଳର କାମଚଳା ଅଧିନାୟକ ରୋହିତ ଶର୍ମା ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ତୃତୀୟ ଟି୨୦ ମ୍ୟାଚ୍‌ରେ ଏକ ନୂଆ ମାଇଲଷ୍ଟୋନର ଅଧିକାରୀ ହୋଇପାରନ୍ତି। ପ୍ରଥମ ଭାରତୀୟ ଭାବେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ପୂରଣ କରିବା ପାଇଁ ରବିବାର ମାତ୍ର ଦୁଇଟି ଛକା ମାରିବାକୁ ପଡ଼ିବ। ଦିନିକିଆ କ୍ରିକେଟରେ ୨୩୨ ଛକା ଲଗାଇଥିବାବେଳେ ସେ ଟେଷ୍ଟରେ ୫୧ ଛକା ମାରିଛନ୍ତି। ଅନ୍ତର୍ଜାତୀୟ ଟି୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକଙ୍କ ନାମରେ ରହିଛି ୧୧୫ ଛକା। ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ କେବଳ ଦୁଇ ଜଣ ବ୍ୟାଟ୍ସମ୍ୟାନ ୪୦୦ରୁ ଅଧିକ ଛକା ମାରିଛନ୍ତି। ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ ୪୭୬ ଛକା ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଓ୍ବେଷ୍ଟଇଣ୍ଡିଜ ଓପନର କ୍ରିସ୍‌ ଗେଲ୍‌ ୫୩୪ ଛକା ଲଗାଇ ଶୀର୍ଷରେ ଅଛନ୍ତି।

Share