Categories: ଜାତୀୟ

୪ଶହରୁ ୫ ଶହ ଟଙ୍କା ହେଲା ବାର୍ଦ୍ଧକ୍ୟ ଭତ୍ତା

ଲକ୍ଷ୍ନୌ,୧୧।୬: ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ବୃଦ୍ଧାବସ୍ଥାରେ ମିଳୁଥିବା ଭତ୍ତାର ପରିମାଣକୁ ୪ଶହ ଟଙ୍କାରୁ ବୃଦ୍ଧି କରି ୫ ଶହ ଟଙ୍କା କରି ଦିଆଯାଇଛି। ଏହାଦ୍ୱାରା ପାଖାପାଖି ୪୦ ଲକ୍ଷ ବ୍ୟକ୍ତି ଉପକୃତ ହେବେ। ୬୦ରୁ ୭୯ ବର୍ଷର ବୃଦ୍ଧଙ୍କୁ ୪ଶହ ଟଙ୍କା ମିଳିବ। ହେଲେ ଏହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୫ଶହ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି।

Share