୪ର୍ଥ ଶ୍ରେଣୀ ଛାତ୍ରୀ ତିଆରି କଲେ ଆଣ୍ଟି ବୁଲିଙ୍ଗ୍‌ ଆପ୍‌

ଶିଲଂ,୧୦।୨: ଅସୁବିଧା ନୂଆନୂଆ ଉଦ୍‌ଭାବନ ପାଇଁ ବାଟ କଢ଼ାଇଥାଏ। ମେଘାଳୟର ଜଣେ ଛାତ୍ରୀ କ୍ଷେତ୍ରରେ ଏହା ସତ୍ୟରେ ପରିଣତ ହୋଇଛି। ୯ବର୍ଷ ବୟସ୍କା ୪ର୍ଥ ଶ୍ରେଣୀ ଛାତ୍ରୀ ମୌଦାଇବାହୁନ ମୋଞ୍ଜାଙ୍କୁ ତାଙ୍କ ସହପାଠୀ ଧମକ ଚମକ ଦେବା ସହିତ ନାନା ପ୍ରକାର ହଇରାଣ କରୁଥିଲେ। ଏଥିରୁ ନିସ୍ତାର ପାଇବା ଲାଗି ସେ ଆଣ୍ଟି ବୁଲିଙ୍ଗ୍‌ ମୋବାଇଲ୍‌ ଆପ୍‌ ତିଆରି କରିଛନ୍ତି। ଏହି ଆପ୍‌ ଦ୍ୱାରା ସେ ସ୍କୁଲ ଅଧିକାରୀଙ୍କୁ ତାଙ୍କୁ ହଇରାଣ କରୁଥିବା ସହପାଠୀଙ୍କ ସମ୍ପର୍କରେ ସହଜରେ ଜଣାଇ ପାରିବେ। ତେବେ ମୌଦାଇବାହୁନଙ୍କ ଏହି ନୂଆ ଉଦ୍‌ଭାବନ ଅନ୍ୟମାନଙ୍କ ଲାଗି ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି କୁହାଯାଉଛି। ଏହି ନୂତନ ଆଣ୍ଟି ବୁଲିଙ୍ଗ୍‌ ଆପ୍‌ ତିଆରି କରି ମୌଦାଇବାହୁନ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି।

Share