୪ବର୍ଷ ପରେ ବଡ଼ ପରଦାକୁ ଫେରିବେ ଆଶିକି ଫେମ୍‌ ଷ୍ଟାର

ମୁମ୍ବାଇ: ୧୯୯୦ର ରୋମାନ୍ସ ଡ୍ରାମା ଫିଲ୍ମ ‘ଆଶିକି’କୁ ଦର୍ଶକେ ଭୁଲି ନ ଥିବେ। ଏହି ଫିଲ୍ମ ଜରିଆରେ ଅଭିନେତା ରାହୁଲ ରୟ ରାତାରାତି ଷ୍ଟାର ହୋଇଯାଇଥିଲେ। ହେଲେ ଏହାପରେ ରାହୁଲଙ୍କ କିଛି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ନ ଥିବା ବେଳେ କିଛି ସମୟ ପାଇଁ ସେ ଲାଇମ୍‌ ଲାଇଟରୁ ଦୂରେଇ ଯାଇଥିଲେ। ଏବେ ଖୁବ୍‌ଶୀଘ୍ର ରାହୁଲ ବଲିଉଡ୍‌ରେ କମ୍‌ବ୍ୟାକ୍‌ କରୁଛନ୍ତି ବୋଲି ଜଣାପଡ଼ିଛି। ତାଙ୍କର ଅପ୍‌ କମିଂ ଫିଲ୍ମର ଶୁଟିଂ ଆଗ୍ରାରେ ଆରମ୍ଭ ହୋଇଥିବା ଶୁଣିବାକୁ ମିଳିଛି। ନିର୍ଦ୍ଦେଶକ କନୁ ବହଲଙ୍କ ପିଲ୍ମ ‘ଆଗ୍ରା’ ଜରିଆରେ ରାହୁଲ ବଡ଼ ପରଦାକୁ ଫେରୁଥିବା ବେଳେ ୨୦୨୦ରେ ଏହି ଫିଲ୍ମ ରିଲିଜ୍‌ ହେବ।

Share