୩.୪୮ଲକ୍ଷ ଜମିରେ ହେବ ଖରିଫ ଫସଲ

ବରଗଡ଼ ଅଫିସ୍‌,୨୦ା୫: ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) ସମ୍ମିଳନୀ କକ୍ଷରେ ବୁଧବାର ଖରିଫ ୨୦୨୦ ପାଇଁ କୃଷି କୌଶଳ ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଖରିଫ ଚାଷ ଉପରେ ଆଲୋଚନା ହେବା ସହିତ ବିଭିନ୍ନ ପ୍ରସ୍ତାବ ନିଆଯାଇଥିଲା। ମୁଖ୍ୟ ଜିଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ ପ୍ରଥମେ ରବିଋତୁରେ କୃଷି ଓ ଆନୁସଙ୍ଗିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଏହା ସହିତ ଖରିଫ୍‌-୨୦୨୦ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଲକ୍ଷ୍ୟ ଉପରେ ସେ ସୂଚନା ପ୍ରଦାନ କରିଥିଲେ । ଖରିଫ୍‌-୨୦୨୦ରେ ୨ଲକ୍ଷ ୪୭ହଜାର ୨୬୮ ହେକ୍ଟର ଜମିରେ ଧାନଚାଷ, ୩୬ହଜାର ୨୬୫ ହେକ୍ଟର ଜମିରେ ଡାଲିଜାତୀୟ ଫସଲ, ୧୪ହଜାର ୨୧୨ ହେକ୍ଟର ଜମିରେ ତୈଳବୀଜ, ୩୯ହଜାର ୧୨୮ ହେକ୍ଟର ଜମିରେ ପନିପରିବା ସମେତ ମୋଟ୍‌ ୩ଲକ୍ଷ ୪୮ହଜାର ୭୪୭ ହେକ୍ଟର ଜମିରେ ଖରିଫ୍‌ ଚାଷ ହେବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଫସଲ ପର୍ଯ୍ୟାୟ ପରିବର୍ତ୍ତନରେ ୫୩୮୮ ହେକ୍ଟର ଜମିରେ ଧାନ ବଦଳରେ ଅଣଧାନ ଫସଲ ଅର୍ଥାତ୍‌ ଚିନାବାଦାମ, ମକା, ମାଣ୍ଡିଆ, ମୁଗ ଆଦି ଫସଲ କରିବା ପାଇଁ ପ୍ରସ୍ତାବ ନିଆଯାଇଥିଲା ।
ସେହିପରି ଗତ ରବିଋତୁରେ ଚିନାବାଦମ ଓ ମୁଗ ଫସଲ ଉତ୍ପାଦିତ ଦ୍ରବ୍ୟକୁ ମଣ୍ଡି ଖୋଲି ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟ ଯଥା ଚିନାବାଦାମ କୁଇଣ୍ଟାଲ ପ୍ରତି ୫୦୯୦ ଟଙ୍କା ଏବଂ ମୁଗ କୁଇଣ୍ଟାଲ ପ୍ରତି ୭୦୫୦ ଟଙ୍କାରେ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀମାନଙ୍କଠାରୁ ମାର୍କଫେଡ୍‌ କ୍ରୟ କରାଯିବାର ବ୍ୟବସ୍ଥା ହୋଇଥିବା ସୂଚନା ଦିଆଯାଇଥିଲା । ଏହାଦ୍ୱାରା ଚାଷୀମାନେ ଅଣଧାନ ଫସଲରେ ଅଭାବିବିକ୍ରୀର ସମ୍ମୁଖୀନ ହେବେ ନାହିଁ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ଗାନ୍ଧୀ ସୂଚନା ଦେଇଥିଲେ । ଚାଷୀମାନଙ୍କୁ ଉନ୍ନତମାନର ବିହନ ଯୋଗାଇବା ଲକ୍ଷ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ ସେବା ସମବାୟ ସମିତି ଏବଂ ୨୩ଟି ପ୍ରାଇଭେଟ୍‌ ଡିଲର ମାଧ୍ୟମରେ ୪୫୫୨ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ମୋଟ୍‌ ୧୬ହଜାର କୁଇଣ୍ଟାଲ ପ୍ରାମାଣିକ ବିହନ ଯୋଗାଇବାର ଲକ୍ଷ୍ୟ ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୨୩ହଜାର ୪୦୦ ମେଟ୍ରିକ ଟନ୍‌ ୟୁରିଆ ସମେତ ମୋଟ୍‌ ୭୦ହଜାର ୫୩୦ ମେଟ୍ରିକ ଟନ୍‌ ବିଭିନ୍ନ ସାର ଯୋଗାଇବାର ଲକ୍ଷ୍ୟ ରହିଛି ବୋଲି ସୂଚନା ଦିଆଯାଇଥିଲା । ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଗୋବିନ୍ଦ ପ୍ରଧାନ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ବିଭୂତି ଭୂଷଣ ମିଶ୍ର, ଆତ୍ମାର ଉପ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri