Categories: ଜାତୀୟ

୩ ସେନା ଏକଜୁଟ ହୋଇ କାର୍ଯ୍ୟ କରିବେ: ରାଓ୍ବତ

ନୂଆଦିଲ୍ଲୀ,୧।୧: ଜେନେରାଲ ବିପିନ୍‌ ରାଓ୍ବତ ୪ ତାରକା ବିଶିଷ୍ଟ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ଭାବେ ବୁଧବାର କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭାରତର ସୁରକ୍ଷା ପାଇଁ ନିୟୋଜିତ ଥିବା ସ୍ଥଳସେନା, ବାୟୁସେନା ଏବଂ ନୌସେନା ମିଳିତ ଭାବେ ଏକଜୁଟ ହୋଇ କାର୍ଯ୍ୟ କରିବେ। ଯବାନଙ୍କ ମଧ୍ୟରେ ଏକତା ଭାବକୁ ସୁଦୃଢ଼ କରାଯିବା ସହିତ ପାଣ୍ଠିର ସୁବିନିଯୋଗ କରାଯିବ। ୩ ସେନାଙ୍କୁ ଏକଜୁଟ କରାଇ ଭାରତର ସୁରକ୍ଷା ଶକ୍ତିକୁ ୩ ନୁହେଁ ୫ ଅବା ୭କୁ ବୃଦ୍ଧି କରାଇବା ଉପରେ ସିଡିଏସ୍‌ ଗୁରୁତ୍ୱାରୋପ କରିବ ବୋଲି ରାଓ୍ବତ କହିଛନ୍ତି।

Share