୩ ସିଝା ଅଣ୍ଡାର ଦାମ୍‌ ୧୬୭୨ ଟଙ୍କା

ନୂଆଦିଲ୍ଲୀ: ବଜାରରେ ୩ ସିଝା ଅଣ୍ଡାର ଦାମ୍‌ ସାଧାରଣତଃ ୨୫ରୁ ୩୫ ଟଙ୍କା ଥିବାବେଳେ ସ୍ଥାନ କାଳ ପାତ୍ର ଅନୁଯାୟୀ ଏହାକୁ ଚଢ଼ାଦରରେ ବିକ୍ରି କରାଯାଉଛି। ଖାଲି ଅଣ୍ଡା କାହିଁକି, ବିଭିନ୍ନ ଜିନିଷର ଦର ଏଭଳି ଅସ୍ବାଭାବିକ ଭାବେ ବୃଦ୍ଧି କରାଯାଉଛି। ଫଳରେ ଗ୍ରାହକଙ୍କ ଅସନ୍ତୋଷ ବଢ଼ୁଛି। ପକେଟ୍‌କୁ ସୁହାଇବା ଭଳି ସମସ୍ତେ ବିଭିନ୍ନ ଜିନିଷ କିଣିବାକୁ ପସନ୍ଦ କରିଥାନ୍ତି। ଗତ ଜୁଲାଇରେ ବଲିଉଡ୍‌ ଅଭିନେତା ରାହୁଲ୍‌ ବୋଷ ୨ଟି କଦଳୀ କିଣି ୪୪୨ ଟଙ୍କା ଗଣିଥିଲେ। ଏକ ବଡ଼ ହୋଟେଲରୁ ଏହା କ୍ରୟକରିବା ପରେ ଚଢ଼ାଦରକୁ ନେଇ ସେ ଟୁଇଟ୍‌ ମଧ୍ୟ କରିଥିଲେ। ଏବେ ମ୍ୟୁଜିକ୍‌ କମ୍ପୋଜର ଶେଖର ରବ୍‌ଜିଆନି ଏମିତି ଏକ ସମସ୍ୟାରେ ଫସିଛନ୍ତି। ସେ ଏକ ବଡ଼ ହୋଟେଲରୁ ୩ଟି ସିଝାଅଣ୍ଡା କିଣି ୧୬୭୨ ଟଙ୍କା ଗଣିିଛନ୍ତି। ଚଢ଼ାଦରକୁ ନେଇ ସେ ଅସନ୍ତୋଷ ପ୍ରକାଶ କରି ରସିଦ ସହ ଟୁଇଟ୍‌ ମଧ୍ୟ କରିବାକୁ ପଛାଇନାହାନ୍ତି। ଗତ ୧୪ରେ ଶେୟାର କରାଯାଇଥିବା ତାଙ୍କ ପୋଷ୍ଟକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରଦାନ କରାଯାଇଛି। ଏହାକୁ ୫୫୦୦ ଲାଇକ୍‌ ମିଳିଥିବାବେଳେ ୧ ହଜାର ରିଟୁଇଟ୍‌ କରାଯାଇଛି। କେହି ରାସ୍ତାକଡ଼ରେ ମିଳୁଥିବା ସିଝାଅଣ୍ଡାଠାରୁ ଏହା ଯଥେଷ୍ଟ ଅଧିକ ବୋଲି କହିଥିବାବେଳେ ଆଉ କେହି ପଞ୍ଚତାରକା ହୋଟେଲ ଦରଠାରୁ ଏହା କମ୍‌ ଥିବା କମିକ୍‌ ଟୁଇଟ୍‌ କରିଛନ୍ତି।

Share