୩ ସପ୍ତାହର ବନ୍ଧୁତା

ଓ୍ବାଶିଂଟନ,୩୦ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟର୍‌ରେ ଅନ୍‌ଫଲୋ କରିଛନ୍ତି। କେବଳ ବ୍ୟକ୍ତିଗତ ଭାବେ ଟ୍ରମ୍ପ୍‌ ନୁହନ୍ତି, ବରଂ ପ୍ରେସିଡେଣ୍ଟ ଅଫ୍‌ ଦି ୟୁନାଇଟେଡ୍‌ ଷ୍ଟେଟ୍ସ (ପିଓଟିୟୁଏସ୍‌) ଏବଂ ଆମେରିକାର ପାଓ୍ବାର ପଏଣ୍ଟ ତଥା ତାଙ୍କ ସରକାରୀ ବାସଭବନ ହ୍ବାଇଟ୍‌ ହାଉସ୍‌ ମଧ୍ୟ ମୋଦିଙ୍କୁ ଟୁଇଟରରୁ ହଟାଇଦେଇଛି। ଏହି ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ପରେ ନାନା ପ୍ରଶ୍ନ ଉଠିଛି ଓ ବିଭିନ୍ନ କଥାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ସାଧାରଣତଃ ହ୍ବାଇଟ୍‌ ହାଉସ୍‌ ଏବଂ ପିଓଟିୟୁଏସ୍‌ ଅନ୍ୟ କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ଟୁଇଟରରେ ଫଲୋ କରି ନ ଥାନ୍ତି। କିଛିଦିନ ତଳେ ହ୍ବାଇଟ୍‌ ହାଉସ୍‌ର ଟୁଇଟର୍‌ ହ୍ୟାଣ୍ଡଲ ପ୍ରଧାନମନ୍ତ୍ରୀ ମୋଦି, ଆମେରିକାରେ ଥିବା ଭାରତୀୟ ଦୂତାବାସ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଫଲୋ କରିଥିଲା। ହ୍ବାଇଟ୍‌ ହାଉସ୍‌କୁ ୨୨ ନିୟୁତ ୟୁଜର୍ସ ଫଲୋ କରୁଥିବାବେଳେ ବିଶ୍ୱର ଏହି କ୍ଷମତାକେନ୍ଦ୍ର ମାତ୍ର ୧୯ ଜଣଙ୍କୁ ଫଲୋ କରିଥିଲା, ଯାହାଙ୍କ ମଧ୍ୟରେ ମୋଦି ଓ କୋବିନ୍ଦ ଥିଲେ। ଏଥିଯୋଗୁ ହ୍ବାଇଟ୍‌ ହାଉସ୍‌ର ଭାରତ ପ୍ରେମକୁ ନେଇ ଇଣ୍ଟରନେଟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏବେ ହ୍ବାଇଟ୍‌ ହାଉସ୍‌ ମାତ୍ର ୧୩ ଜଣଙ୍କୁ ଫଲୋ କରୁଛି, ଯାହାଙ୍କ ମଧ୍ୟରେ ସର୍ବାଧିକ ରହିଛି ଆମେରିକା ପ୍ରଶାସନର ବିଭିନ୍ନ ବିଭାଗ।
ପ୍ରଶ୍ନ ଉଠୁଛି ଟ୍ରମ୍ପ୍‌ ଓ ହ୍ବାଇଟ୍‌ ହାଉସ୍‌ କାହିଁକି ଏପରି କଲେ। ଏହାର ଉତ୍ତର ଖୋଜିବା ପାଇଁ ହେଲେ ଟିକେ ପଛକୁ ଫେରିବାକୁ ହେବ। କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା। ଏହି ମହାମାରୀରୁ ଦେଶବାସୀଙ୍କୁ ମୁକ୍ତ କରିବା ପାଇଁ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ (ଏଚ୍‌ସିକ୍ୟୁ) ବଟିକା ଦରକାର ଥିଲା। ଭାରତରେ ଶସ୍ତାରେ ଉପଲବ୍ଧ ମ୍ୟାଲେରିଆ ନିରୋଧୀ ଏହି ଔଷଧ ରପ୍ତାନି ଉପରେ ନୂଆଦିଲ୍ଲୀ ଗତ ମାର୍ଚ୍ଚ ୨୪ରେ କଟକଣା ଜାରି କରିଥିଲା। ହେଲେ ଏହି ବଟିକାରେ କରୋନା ବ୍ୟାଧି ଦୂର ହେଉଛି ମନେକରି ଆମେରିକା ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସିକ୍ଲୋରୋକୁଇନ ଆମଦାନୀ ପାଇଁ ଭାରତକୁ ବରାଦ କରିଥିଲା। ଏହାପରେ ଟ୍ରମ୍ପ୍‌ ଓ ହ୍ବାଇଟ୍‌ ହାଉସ୍‌ ମୋଦି ଏବଂ କୋବିନ୍ଦଙ୍କୁ ଟୁଇଟରରେ ଫଲୋ କରିଥିଲେ। ଭାରତ ପକ୍ଷରୁ ଏଚ୍‌ସିକ୍ୟୁ ଦିଆ ନ ଯିବାରୁ ଟ୍ରମ୍ପ୍‌ ଧମକ ମଧ୍ୟ ଦେଇଥିଲେ। ଟ୍ରମ୍ପ୍‌ଙ୍କ ଧମକର କିଛି ସମୟ ପରେ ଭାରତ ଏଚ୍‌ସିକ୍ୟୁ ରପ୍ତାନି ଉପରେ କଟକଣାକୁ ସାମୟିକ ଭାବେ ହଟାଇଦେଇଥିଲା। ଫଳରେ ଆମେରିକା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଭାରତରୁ ଏଚ୍‌ସିକ୍ୟୁ ନେଇ କରୋନା ଚିକିତ୍ସା କରିବାରେ ଲାଗିଲେ। ଟ୍ରମ୍ପ୍‌ ସେତେବେଳେ କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଭାରତର ସହଯୋଗକୁ ଭୁଲିହେବ ନାହିଁ ବୋଲି ପ୍ରଶଂସା କରିଥିଲେ। ମୋଦି ମଧ୍ୟ ଦୁଇଦେଶକୁ ଘନିଷ୍ଠ ବନ୍ଧୁ ଭାବେ ଅଭିହିତ କରି ଖୁସି ହୋଇଯାଇଥିଲେ। ସ୍ବାର୍ଥ ସାଧନ ହେବା ପରେ ଆମେରିକା ଏବେ ଟୁଇଟରରୁ ମୋଦିଙ୍କୁ ହଟାଇଦେଇଥିବା କୁହାଯାଉଛି। ଟ୍ରମ୍ପ୍‌ କିମ୍ବା ହାଇଟ୍‌ ହାଉସ୍‌ ପକ୍ଷରୁ ଏନେଇ କିଛି ମନ୍ତବ୍ୟ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri