୩ ସପ୍ତାହର ବନ୍ଧୁତା

ଓ୍ବାଶିଂଟନ,୩୦ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟର୍‌ରେ ଅନ୍‌ଫଲୋ କରିଛନ୍ତି। କେବଳ ବ୍ୟକ୍ତିଗତ ଭାବେ ଟ୍ରମ୍ପ୍‌ ନୁହନ୍ତି, ବରଂ ପ୍ରେସିଡେଣ୍ଟ ଅଫ୍‌ ଦି ୟୁନାଇଟେଡ୍‌ ଷ୍ଟେଟ୍ସ (ପିଓଟିୟୁଏସ୍‌) ଏବଂ ଆମେରିକାର ପାଓ୍ବାର ପଏଣ୍ଟ ତଥା ତାଙ୍କ ସରକାରୀ ବାସଭବନ ହ୍ବାଇଟ୍‌ ହାଉସ୍‌ ମଧ୍ୟ ମୋଦିଙ୍କୁ ଟୁଇଟରରୁ ହଟାଇଦେଇଛି। ଏହି ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ପରେ ନାନା ପ୍ରଶ୍ନ ଉଠିଛି ଓ ବିଭିନ୍ନ କଥାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ସାଧାରଣତଃ ହ୍ବାଇଟ୍‌ ହାଉସ୍‌ ଏବଂ ପିଓଟିୟୁଏସ୍‌ ଅନ୍ୟ କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ଟୁଇଟରରେ ଫଲୋ କରି ନ ଥାନ୍ତି। କିଛିଦିନ ତଳେ ହ୍ବାଇଟ୍‌ ହାଉସ୍‌ର ଟୁଇଟର୍‌ ହ୍ୟାଣ୍ଡଲ ପ୍ରଧାନମନ୍ତ୍ରୀ ମୋଦି, ଆମେରିକାରେ ଥିବା ଭାରତୀୟ ଦୂତାବାସ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଫଲୋ କରିଥିଲା। ହ୍ବାଇଟ୍‌ ହାଉସ୍‌କୁ ୨୨ ନିୟୁତ ୟୁଜର୍ସ ଫଲୋ କରୁଥିବାବେଳେ ବିଶ୍ୱର ଏହି କ୍ଷମତାକେନ୍ଦ୍ର ମାତ୍ର ୧୯ ଜଣଙ୍କୁ ଫଲୋ କରିଥିଲା, ଯାହାଙ୍କ ମଧ୍ୟରେ ମୋଦି ଓ କୋବିନ୍ଦ ଥିଲେ। ଏଥିଯୋଗୁ ହ୍ବାଇଟ୍‌ ହାଉସ୍‌ର ଭାରତ ପ୍ରେମକୁ ନେଇ ଇଣ୍ଟରନେଟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏବେ ହ୍ବାଇଟ୍‌ ହାଉସ୍‌ ମାତ୍ର ୧୩ ଜଣଙ୍କୁ ଫଲୋ କରୁଛି, ଯାହାଙ୍କ ମଧ୍ୟରେ ସର୍ବାଧିକ ରହିଛି ଆମେରିକା ପ୍ରଶାସନର ବିଭିନ୍ନ ବିଭାଗ।
ପ୍ରଶ୍ନ ଉଠୁଛି ଟ୍ରମ୍ପ୍‌ ଓ ହ୍ବାଇଟ୍‌ ହାଉସ୍‌ କାହିଁକି ଏପରି କଲେ। ଏହାର ଉତ୍ତର ଖୋଜିବା ପାଇଁ ହେଲେ ଟିକେ ପଛକୁ ଫେରିବାକୁ ହେବ। କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା। ଏହି ମହାମାରୀରୁ ଦେଶବାସୀଙ୍କୁ ମୁକ୍ତ କରିବା ପାଇଁ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ (ଏଚ୍‌ସିକ୍ୟୁ) ବଟିକା ଦରକାର ଥିଲା। ଭାରତରେ ଶସ୍ତାରେ ଉପଲବ୍ଧ ମ୍ୟାଲେରିଆ ନିରୋଧୀ ଏହି ଔଷଧ ରପ୍ତାନି ଉପରେ ନୂଆଦିଲ୍ଲୀ ଗତ ମାର୍ଚ୍ଚ ୨୪ରେ କଟକଣା ଜାରି କରିଥିଲା। ହେଲେ ଏହି ବଟିକାରେ କରୋନା ବ୍ୟାଧି ଦୂର ହେଉଛି ମନେକରି ଆମେରିକା ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସିକ୍ଲୋରୋକୁଇନ ଆମଦାନୀ ପାଇଁ ଭାରତକୁ ବରାଦ କରିଥିଲା। ଏହାପରେ ଟ୍ରମ୍ପ୍‌ ଓ ହ୍ବାଇଟ୍‌ ହାଉସ୍‌ ମୋଦି ଏବଂ କୋବିନ୍ଦଙ୍କୁ ଟୁଇଟରରେ ଫଲୋ କରିଥିଲେ। ଭାରତ ପକ୍ଷରୁ ଏଚ୍‌ସିକ୍ୟୁ ଦିଆ ନ ଯିବାରୁ ଟ୍ରମ୍ପ୍‌ ଧମକ ମଧ୍ୟ ଦେଇଥିଲେ। ଟ୍ରମ୍ପ୍‌ଙ୍କ ଧମକର କିଛି ସମୟ ପରେ ଭାରତ ଏଚ୍‌ସିକ୍ୟୁ ରପ୍ତାନି ଉପରେ କଟକଣାକୁ ସାମୟିକ ଭାବେ ହଟାଇଦେଇଥିଲା। ଫଳରେ ଆମେରିକା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଭାରତରୁ ଏଚ୍‌ସିକ୍ୟୁ ନେଇ କରୋନା ଚିକିତ୍ସା କରିବାରେ ଲାଗିଲେ। ଟ୍ରମ୍ପ୍‌ ସେତେବେଳେ କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଭାରତର ସହଯୋଗକୁ ଭୁଲିହେବ ନାହିଁ ବୋଲି ପ୍ରଶଂସା କରିଥିଲେ। ମୋଦି ମଧ୍ୟ ଦୁଇଦେଶକୁ ଘନିଷ୍ଠ ବନ୍ଧୁ ଭାବେ ଅଭିହିତ କରି ଖୁସି ହୋଇଯାଇଥିଲେ। ସ୍ବାର୍ଥ ସାଧନ ହେବା ପରେ ଆମେରିକା ଏବେ ଟୁଇଟରରୁ ମୋଦିଙ୍କୁ ହଟାଇଦେଇଥିବା କୁହାଯାଉଛି। ଟ୍ରମ୍ପ୍‌ କିମ୍ବା ହାଇଟ୍‌ ହାଉସ୍‌ ପକ୍ଷରୁ ଏନେଇ କିଛି ମନ୍ତବ୍ୟ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri